-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
27-Sep-2022
ବଲାଙ୍ଗୀର, ଆଜି ବଲାଙ୍ଗୀର ପଂଚାୟତ ଭବନ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଂଚାୟତରାଜ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାରେ ପ୍ରଣୟନ ହୋଇଥିବା ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସଂପର୍କରେ ଆଲୋଚନା ହୋଇଥିଲା । ପଂଚାୟତିରାଜବିଭାଗ ଓ ଜଙ୍ଗଲ ବିଭାଗ ଅଧୀନରେ ଥିବା ବିଭିନ୍ନ ଯୋଜନା ସଂପର୍କରେ ଆଲୋଚନା ହେ।।ଇଥିଲା । ଜିଲ୍ଲାପାଳ ଚଂଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପସଂଚାୟତରାଜ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ ଅମାତ ଯୋଗ ଦେଇ ପସଚାୟତିରାଜ ବିଭାଗର ଯୋଜନା ସବୁ ଯେପରି ପ୍ରକୃତ ହିତାଧିକାରୀ ପାଖରେ ପହଂଚି ପାରିବ ସେ ନେଇ ଉପରିସ୍ଥ ଅଧିକାରୀ ମାନଙ୍କୁ ନିଦ୍ଦେଶ ଦେଇଥିଲେ । ଏକ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ରାଜ୍ୟ ଗଠନ କରିବା ପାଇଁ ଆମେ ସମସ୍ତ କାର୍ଯ୍ୟକରିବାକୁ ପଡିବ ବୋଲି ଶ୍ରୀ ଅମାତ ସମସ୍ତଙ୍କୁ ଅନୁରୋଧ କରିଥିଲେ । ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ପାଟଣାଗଡ଼ ବିଧାୟକ ସରୋଜ ମେହେର, ଟିଟିଲାଗଡ଼ ବିଧାୟିକ ଟୁକୁନି ସାହୁ, ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ଏହି ସମୀକ୍ଷା ବୈଠକରେ ଯୋଗ ଦେଇ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଓ ଅଗ୍ରଗତି ସଂପର୍କରେ ନିଜର ମତ ରଖିଥିଲେ ।