-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
27-Sep-2022
ବଲାଙ୍ଗୀର ଜିଲ୍ଲା ଲାଠୋର ଠାରେ ଅଗ୍ରବଂଶର ଶିରୋମଣି ମହାରାଜ ଅଗ୍ରସେନଜୀଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ସ୍ଥାନୀୟ ମାରୱାଡି ଯୁବାମଞ୍ଚ ଅଧ୍ୟକ୍ଷ ନକୁଳ ଅଗ୍ରୱାଲଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହେଇଥିଲା । ପାଟଣାଗଡ ବିଧାୟକ ତଥା ରାଜ୍ଯ ଉପସଚେତକ ସରୋଜ ମେହେର ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ଓଡିଶା ସ୍ବତାମ୍ବର ତେରାପନ୍ଥ ସଭାର ଅଧ୍ୟକ୍ଷ ତଥା ଭାଜପାର ବଲାଙ୍ଗୀର ଜିଲ୍ଲା ସାଧାରଣ ସଂପାଦକ
ମୁକେଶ କୁମାର ଜୈନ ମୁଖ୍ଯ ବକ୍ତା ଭାବେ ଯୋଗଦେଇଥିଲେ। ବିଶାଷ୍ଟ ଅତିଥି ଭାବେ ଖଲ୍ଳାରୀର ବିଧାୟକ ତଥା ଛତିଶଗଡ ସାଂସଦୀୟ ସଚିବ ଦ୍ବାରିକାଧିଶ ଯାଦକ ଯୋଗ ଦେଇଥିବା
ବେଳେ ସମ୍ମାନିତ ଅତିଥି ଭାବେ ଛତିଶଗଡ ବିଧାୟକ ଡମରୁଧର ପୁଜାରୀ ଓ ସ୍ଥାନୀୟ ଅଗ୍ରୱାଲ ସଭାର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ଅଗ୍ରୱାଲ ଯୋଗ ଦେଇଥିଲେ। ଜୟନ୍ତୀ ଅବସରରେ ଆଯୋଜିତ ପ୍ରତିଯୋଗିତାର କୃତ ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ପଙ୍କଜ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ।