-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||     

HOME   ଜିଲ୍ଲା

ମାଁ ଦ୍ବାରସେହ୍ନୀଙ୍କ ଡେଙ୍ଗସର୍ଗୀ ଯାତ୍ରା, ଜନସମୁଦ୍ର ପାଳଟିଲା ସିନ୍ଧେକେଲା ରୁ ଇଚଗାଁ ୯ କି:ମି ରାସ୍ତା , ବରବେଶରେ ବାବା ବୁଢାରଜା ଗଲେ କନିଆ ବେଶରେ ମାଁ ଦ୍ବାରସେହ୍ନୀ ଫେରିଲେ

27-Sep-2022



ସିନ୍ଧେକେଲା (ଅନୀଲ କୁମାର ତ୍ରିପାଠୀ) : ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ଦ୍ବାରସେହ୍ନୀଙ୍କ ଷୋଡଶ ଦିନାତ୍ମକ ଦଶହରା ପୂଜା ମଧ୍ଯରୁ ଅନ୍ୟତମ ହେଉଛି ଡେଙ୍ଗସର୍ଗୀ ଯାତ୍ରା। ମୁଳାଷ୍ଟମୀ ଠାରୁ ଆରମ୍ଭ ହୋଇ ଅମାବାସ୍ୟା ପର୍ଯ୍ୟନ୍ତ ଶୁକ୍ଲ ପୁଜା ଉପଚାରରେ ମାଁ ପୂଜା ପାଉଥିବା ବେଳେ ପ୍ରତିପଦା ଠାରୁ ବିଜୟାଦଶମୀ ପର୍ଯ୍ୟନ୍ତ ରକ୍ତ ପୂଜା ଉପଚାର ରେ ପୂଜା ପାଇଥାନ୍ତି। ମହାଳୟା ତିଥିରେ ମହଖଣ୍ଡ ନିକଟସ୍ଥ ଛତରଙ୍ଗ ପାହାଡରୁ ଦେବୀ ଛତରବାଉତି ଙ୍କ ପାଇଁ ବାଉଁଶ ଆସିବାପରେ ଯଥାରୀତି ପୂଜାର୍ଚ୍ଚନା ପରେ ଛତର ତିଆରି ହୋଇଥାଏ। ତା ପରଦିନ ପ୍ରତିପଦା ତିଥିରେ ସିନ୍ଧେକେଲା ଝାପି ତଳରୁ ସେବାୟତ ମାନେ ଦିହାରୀ ଦେହରେ ବୁଢ଼ାରଜାଙ୍କୁ ବରବେଶରେ ନେବାପରେ ମନ୍ଦିରରୁ ଦିହାରୀଙ୍କୁ ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ଧଳାଲୁଗା ବେଷ୍ଟନ କରି ଦିଆଯାଏ। ପରେ ରାଜା ଅରୁଣ ସିଂଦେଓ ଙ୍କୁ ତାଙ୍କ ସୈନ୍ଯ ସାମନ୍ତ ତରବାରି ଖେଳ ପ୍ରଦର୍ଶନ କରି ମନ୍ଦିର ପର୍ଯ୍ୟନ୍ତ ନେବାପରେ ସମସ୍ତ ସେବାୟତମାନଙ୍କ ସହ ମନ୍ଦିର ରୁ ଇଚଗାଁ ପର୍ଯ୍ୟନ୍ତ ୯ କିଲୋମିଟର ଧରି ବୁଢାରଜା ଚାଳିଚାଳି ଇଚଗାଁ ମନ୍ଦିର କୁ ପହଞ୍ଚିବା ପରେ ବିବାହ ଉତ୍ସବ ଆରମ୍ଭ ହୋଇ ସିନ୍ଧେକେଲା ରାଜପରିବାର ମୁଖ୍ଯ ଅରୁଣ ସିଂଦେଓ ବରପିତା ଓ ଇଚଗାଁର ମାଝୀ କନ୍ୟାପିତା ଭାବରେ ଦାୟୀତ୍ବ ତୁଲାଇବା ସହ ଯାନୀ ଯୌତୁକ ସହ ଝିଅ କୁ ବରପିତା ଙ୍କୁ ସମର୍ପିତ କରିଥାନ୍ତି। ବିବାହ ସମ୍ପନ୍ନ ହେବାପରେ ସେଠାରୁ ଦିହାରି (କାଳିସୀ) ଦେହରେ ମାଁ ଦ୍ବାରସେହ୍ନୀ ସବାର ହୋଇ

ସିନ୍ଧେକେଲା ପ୍ରତ୍ୟାବର୍ତ୍ତନ କରିଥାନ୍ତି। ଏହି ସମୟରେ ଲୋକେ ବିଭିନ୍ନ ପ୍ରକାର ଭାଷାରେ ସଖି ମାରୁ ଥିବା ଦେଖା ଯାଇଥିଲା ।  ଏ ପିଲେ ହୁଏ ହୁଏ ହୁଏ ହୁଏ ଦ୍ବାରସେହ୍ନୀ ମାଁ ହୁକୁମ ଦେଲା , ବଳ ଲଗେଇ କରି ଚାଳ ବଏଲା । ଏମିତି ଅନେକ ସଖି ମାରି ଲୋକେ ରାସ୍ତାରେ ଯାଉଥିଲେ । ଦେବୀ  ସିନ୍ଧେକେଲା ପହଞ୍ଚିବା ପରେ ଗାଁର ପ୍ରବେଶ ଦ୍ଵାର ବଡମଲ୍ଲିକ ଘର ନିକଟରେ ଦେବୀଙ୍କ ପାଦଧୁଆ ହେବାସହ ମାଳି ସେବାୟତ ମାନଙ୍କ ଦ୍ବାରା ଫୁଳପିନ୍ଧା ମଣ୍ଡପରେ ମନ୍ଦାରମାଳ, ଦହନାମାଳ , କଇଁଫୁଲ,ପଦ୍ମଫୁଲ ସହ ଅନେକ ପ୍ରକାର ଫୁଳମାଳ ରେ ସୁସଜ୍ଜିତ କରାଯାଇଥିଲା। ପରେ ଦେବୀ ମାଁ ଛତ୍ରବାଉତିଙ୍କ ମନ୍ଦିର ଓ ରାଜାଙ୍କ ବାସଭବନ ନିକଟରେ ପହଞ୍ଚି ସେ ଆସିଥିବା ସିଦ୍ଧ କରିବାକୁ ଶକ୍ତି ପ୍ରଦର୍ଶନ କରିବାକୁ ଯାଇ ଜିଭରେ ତରବାରୀ ବଙ୍କା କରି ଦେଖାଇଥିଲେ। ପରେ ପାଟପୂଜା ପାଇ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହି ଯାତ୍ରା କରୋନା ମହାମାରି ଯୋଗୁଁ ଦୁଇ ବର୍ଷ ହେଲା ବନ୍ଦ ଥିବାରୁ ଚଳିତ ବର୍ଷ ମାଁଙ୍କ ଦର୍ଶନ ପାଇଁ ସିନ୍ଧେକେଲା ମନ୍ଦିର ଠାରୁ ଇଚଗାଁ ମନ୍ଦିର ପର୍ଯ୍ୟନ୍ତ ୯ କିଲୋମିଟର ରାସ୍ତା ଜନସମୁଦ୍ର ପାଳଟି ଯାଇଥିଲା। ଇଚଗାଁ ଓ ପରାସରା ଅଞ୍ଚଳ ବାସିଙ୍କ

ତରଫରୁ ପରାସରା ଠାରେ ଘଣ୍ଟ , ଶଙ୍ଖ ଓ ବିଭିନ୍ନ ବାଦ୍ୟଯନ୍ତ୍ର ସହ ସ୍ବାଗତ କରା ଯାଇ ମନ୍ଦିର ପର୍ଯ୍ୟନ୍ତ ପାଛୋଟି ନେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ଯରେ ଜଳସମ୍ପଦ ଓ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ , କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଳୁଜା , ବଙ୍ଗୋମୁଣ୍ଡା ବ୍ଲକ ସାଂସଦ ପ୍ରତିନିଧି ଅନିଲ ନାଏକ, ଟିଟିଲାଗଡ ସରପଞ୍ଚ ସଂଘ ସଭାପତି ବିରବର ସାହୁ , ଯୁବନେତା ଯୁବରାଜ ବାଗ, ସମାଜ ସେବୀ ଅନିଲ କୁମାର ତ୍ରିପାଠୀଙ୍କ, ବଙ୍ଗୋମୁଣ୍ଡା ଗରିବ ସେନା ସଭାପତି ଦିନେଶ ତାଣ୍ଡି , ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଭୋଲାନାଥ ବେହେରା , ପଶ୍ଚିମ ଓଡିଶା ଯୁବାମଞ୍ଚ ଜିଲ୍ଲା ସୋସିଆଲ ମିଡିଆ ସଂଯୋଜକ ହେମନ୍ତ ସାହୁ , ଆଦିବାସୀ ଯୁବ ଗବେଷକ କଳାହାଣ୍ଡି ଅଜିତ ଭୋଇ, ସରୋଜ ରଞ୍ଜନ ସାହୁ , ପ୍ରକାଶ ସାହୁଙ୍କ ସହ ଅଞ୍ଚଳର ବହୁ ଜନପ୍ରତିନିଧି ଙ୍କ ସହ ବହୁ ସଂଖ୍ୟାରେ ଜନସମାଗମ ହୋଇଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026

You Might Also Like