-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
23-Sep-2022
ଲୋଇସିଂହା, (ବିନୋଦ କୁମାର ଦୀପ): ପ୍ରାୟ ପାଞ୍ଚ ମାସ ବ୍ୟବଧାନ ପରେ ଆଜି ଲୋଇସିଂହା ବ୍ଲକରେ ନୂତନ ବି.ଡି.ଓ ଭାବରେ ଯୋଗଦାନ କରିଛନ୍ତି ଆକାଶ ରଞ୍ଜନ ସାହୁ l ସୂଚନାରୁ ପ୍ରକାଶ ଯେ ଏହା ପୂର୍ବରୁ ଦେବଗଡ ଜିଲ୍ଲା ବାରକୋଡ଼ ଠାରେ କାର୍ଯ୍ୟରତ ଥିଲେ ଶ୍ରୀ ସାହୁ l ଏବେ ବଲାଙ୍ଗୀର ଜିଲ୍ଲା
ଲୋଇସିଂହା ଠାରେ ନୂତନ ବି ଡି ଓ ଭlବରେ ଶ୍ରୀ ସାହୁ ଦାୟିତ୍ଵ ଗ୍ରହଣ କରିଛନ୍ତି l ଏହି ଅବସରରେ ଅମରଜିତ୍ ପଟେଲଙ୍କ ନେତୃତ୍ଵରେ ଯୁବମୋର୍ଚ୍ଚା ପକ୍ଷରୁ ବି.ଡି.ଓ ଶ୍ରୀ ସାହୁ ଙ୍କୁ ସ୍ଵାଗତ କରାଗଲା l ସ୍ୱାଗତ ସମ୍ବର୍ଦ୍ଧନା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଜିତୁ ସାହୁ, ମଣ୍ଟୁ ସାହୁ , ନୀଳାଚଳ ପାତ୍ର, କପୁର ଦୀପ ପ୍ରମୁଖ ଉପସ୍ଥିତ ଥିଲେ l