-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
23-Sep-2022
ବିନିକା(ହିମାଂଶୁ ଶେଖର ପୁଟେଲ)ପ୍ରଥମ କରି ପାଦ ପକାଇଥିବା ବିନିକା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଫୁଲମୁଠିର ଛାତ୍ରୀ ମାନଙ୍କୁ ଆଜି କଲେଜ ତରଫରୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ଆୟୋଜିତ ସଭାରେ ଅଧ୍ୟକ୍ଷ ପଞ୍ଚାନନ ସାହୁଙ୍କ ଅଧ୍ୟକ୍ଷତା କରି ନୂଆଁ କରି ଯୋଗଦାନ କରିଥିବା ସମସ୍ତ ଛାତ୍ରୀ ମାନଙ୍କୁ ନିୟମିତ ଆସି ଶିକ୍ଷା ଗ୍ରହଣ କରିବା,ସମୟନୁବର୍ତିତା ଅବଲମ୍ବନ,ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଆଦି ଦିଗରେ ପରାମର୍ଶ ଦେଇଥିଲେ ।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପିକା ବୈଜୟନ୍ତୀ ସାହୁ,ଗୀତାଞ୍ଜଳି ତ୍ରିପାଠୀ,ବିନ୍ଦୁଲତା କର,ଅଧ୍ୟାପକ ସବ୍ୟସାଚୀ ଦନ୍ତା, ପ୍ରମୁଖ ଛାତ୍ରୀ ମାନଙ୍କୁ ସ୍ଵାଗତ କରିଥିବା ବେଳେ ଚୈତନ୍ୟ ମେହେର, ଶିବ ନାରାୟଣ ମେହେର,ବିଶ୍ଵାମିତ୍ର ପାତ୍ର, ତ୍ରିସନ୍ଧ୍ୟା ମେହେର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।