-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
21-Sep-2022
ବିନିକା(ହିମାଂଶୁ ଶେଖର ପୁଟେଲ)ସୁବର୍ଣ୍ଣପୁର ଜିଲ୍ଲା ନିଯୁକ୍ତି ତାଲିମ କେନ୍ଦ୍ର ତରଫରୁ ବିନିକା ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲ ଫୁଲମୁଠି ଠାରେ ଆସ ଶିଖିବା, ଚାକିରି କରିବା ସଚେତନତା କାର୍ଯ୍ୟକ୍ରମ ଅଧ୍ୟକ୍ଷ ପଞ୍ଚାନନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏଥିରେ ଜିଲ୍ଲା ନିୟୋଜନ ଅଧିକାରୀ ସଞ୍ଜୁ କୁମାରୀ ସାହୁ,ଦକ୍ଷତା ବିକାଶ ଅଧିକାରୀ ବିଜୟ ନନ୍ଦ ମହାନ୍ତି,ଦକ୍ଷତା ଗତିଶୀଳ ଅଧିକାରୀ ବିରଞ୍ଚି ବାହାଳିଆ ଯୋଗଦେଇ ମାଗଣା ନିଯୁକ୍ତି ତାଲିମ ଉପରେ ଯୁବକ ଯୁବତୀ ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ ।କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପିକା ବୈୟଜନ୍ତୀ ସାହୁ,ଅଧ୍ୟାପକ ଅଶୋକ ବିଶି,ସବ୍ୟସାଚୀ ଦନ୍ତା,ଶିବ ନାରାୟଣ ମେହେର, ଚୈତନ୍ୟ ମେହେର ପ୍ରମୁଖ ସହଯୋଗ କରିଥିଲେ ।ସେହିପରି ଅନ୍ୟ ପକ୍ଷରେ ବା ଉଁ ଶୁଣି ଶ୍ରୀ ଜଗନ୍ନାଥ ଜୁନିଅର କଲେଜ ଠାରେ ମଧ୍ୟ ଅଧ୍ୟକ୍ଷ ବନ
ବିହାରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ କ୍ୟାରିଅର କାଉନସିଲିଙ୍ଗ ପ୍ରୋଗ୍ରାମ ଅନୁଷ୍ଟିତ ହୋଇଥିଲା ଏଥିରେ ଯୋଗଦେଇଥିବା ସଞ୍ଜୁ କୁମାରୀ ୱାଲ୍ଡ ସ୍କିଲ ପ୍ରୋଗ୍ରାମ ଉପରେ ଆଲୋକପାତ କରି ପ୍ରୋଜେକ୍ଟର ମାଧ୍ୟମରେ ପ୍ରଦର୍ଶନ କରି ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ ।କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ୟାପକ ରାକେଶ କୁମାର ପଟ୍ଟନାୟକ, ଶିବଦତ୍ତ ପଣ୍ଡା,ବିଶେଶ୍ୱର ଗୁରୁ,ଶାନ୍ତନୁ ସାହୁ ପ୍ରମୁଖ ସହଯୋଗ କରିଥିଲେ ।