-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
29-Nov-2020
ଭୁବନେଶ୍ବର, (ପ୍ରେରଣା ଖବର) ବିଜେଡିରୁ ବହିଷ୍କୃତ ହେବା ପରେ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା। କହିଲେ, ମୁଁ କୌଣସି ପ୍ରକାର ଜନବିରୋଧୀ କାର୍ଯ୍ୟ କରିନାହିଁ।
ଜନବିରୋଧୀ କାର୍ଯ୍ୟର ପ୍ରମାଣ ମାଗିଲେ ପ୍ରଦୀପ। ମୋ ସହ ସାମିଲ ଥିବା ଲୋକଙ୍କୁ ପଚରାଉଚରା କରାଯାଉ। ଦଳ ଯେବେ ଯେଉଁ ଦାୟିତ୍ବ ଦେଇଛି ସୂଚାରୁରୂପେ ତୁଲାଇଛି ଦଳର ଜିଲ୍ଲା ସଭାପତି ଭାବେ ଭଲଭାବେ ଦାୟିତ୍ବ ତୁଲାଇଛି। ୧୫ଟି ବିଧାନସଭା ଆସନ ଦାୟିତ୍ବରେ ଥିଲି, ୧୨ଟିରେ ଜିତାଇଲି।*
ସାମ୍ବାଦିକମାନଙ୍କୁ ଟାର୍ଗେଟ କଲେ ପ୍ରଦୀପ ପାଣିଗ୍ରାହୀ। TRP ପାଇଁ ସାମ୍ବାଦିକମାନେ ତଳକୁ ଖସିଯାଉଛନ୍ତି: ପ୍ରଦୀପ ବାଲି ଓ ମୋରମ ଚାଲାଣ ନେଇ ମୋତେ ଟାର୍ଗେଟ କରାଯାଉଛି। ମଦ ଦୋକାନରୁ ଟଙ୍କା ନେଉଥିବା ମୋ ନାଁରେ ଅଭିଯୋଗ ଆସିଛି।
ଗଞ୍ଜାମରେ ଅଛି ୮୦ଟି ମଦ ଦୋକାନ, କାହାଠୁ ଟଙ୍କାଟିଏ ନେଇନି। ଅଭିଯୋଗ ଆସିବା ପରେ ୨ ବର୍ଷ ହେଲା ଲୋକଙ୍କଠାରୁ ଦୂରେଇ ରହିଛି। ବ୍ୟକ୍ତିଗତ ଓ ଆୟବହିର୍ଭୂତ ସମ୍ପତ୍ତିର ଅନୁସନ୍ଧାନ କରାଯାଉ ବୋଲି ପ୍ରଦୀପ l