-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
19-Sep-2022
କଣ୍ଟାବାଞ୍ଜି(ଆନନ୍ଦ ମୋଟେ) : ତେରାପନ୍ଥ ଯୁବକ ପରିଷଦ କଣ୍ଟାବାଞ୍ଜି ତରଫ ରୁ ସ୍ଥାନୀୟ ତେରା ପନ୍ଥ ଭବନ ପରିସର ଗୋଟିଏ ରକ୍ତଦାନ ଶିବିର ର ଆୟୋଜନ କରା ଯାଇଥିଲା ଉକ୍ତ ଶିବିର ରେ ୧୨୬ ଜଣ ସ୍ବେଛାସେବୀ ରକ୍ତଦାନ କରିଥିଲେ, ଟେରାପନ୍ଥ ସଭା ସଭାପତି ଯୁବରାଜ ଜୈନ, ସଂପାଦକ ସୁମିତଜୈନ, ଅଙ୍କିତ ଜୈନ,ମନୀଷ ଜୈନ, ପିୟୁଶ ଜୈନ, ମୟଙ୍କ ଜୈନ, ବିମଲ ଜୈନ, ବିକାଶ ଜୈନ, ଅନୁପଜୈନ,ସହ ଅନ୍ୟ କର୍ମକର୍ତ୍ତା ଏହି ଶିବିର ଆୟୋଜନ ରେ ମୁଖ୍ୟ ଭୂମିକା ନେଇଥିଲେ,ସର୍ବ ଭାରତୀୟ ସ୍ତରରେ ଏହି ଶିବିର ହୋଇ ଥିଲା, ବଲାଙ୍ଗିର ଜିଲ୍ଲାରେ ଏହା ୧୨୬ ୟୁନିଟ ସର୍ବାଧିକ ଲୋକ ରକ୍ତଦାନ କରିଥିଲେ l ଉକ୍ତ ଶିବିରରେ ବିଜେପି ନେତା ଲକ୍ଷମଣ ବାଗ, ପ୍ରେସ କ୍ଲବ୍ ର ସଭାପତି ପ୍ରଭଜିତ ସିଂହ ସାଲୁଜା, ପରାମର୍ଶଦାତା ଆଶିଷ ଖେତାନ,ବହୁ ପ୍ରତିଷ୍ଠିତ ଲୋକ ମାନେ ରକ୍ତଦାନ କରିଥିଲେ,ଏହି ଶିବିର ରେ ମହିଳା ମାନେ ମଧ୍ୟ ରକ୍ତଦାନ କରିଥିଲେ lରକ୍ତ ଭଣ୍ଡାର କଣ୍ଟାବାଞ୍ଜି ରୁ କୁନାଲ ଦାସ, ଗୁରୁ ବାରୁ ରଣା, ଶିବ ସାହୁ, ସହ ଅନ୍ୟ କର୍ମଚାରି ସାହାଯ୍ୟ କରିଥିଲେ