-+91-9937148622 |
prerana_bgr@rediffmail.com |
Sunday 26th April 2026 |
R.N.I. Regd No. ODIODI/2010/46693
Breaking News
16-Sep-2022
ବୌଦ୍ଧ(ହୃଦାନନ୍ଦ ମେହେର) ବୌଦ୍ଧ ଏନ ଏ ସି ମଧ୍ୟରେ ବୁଲୁଥିବା ୫୦ଗୋଟି ଗାଈ ଗୋରୁଙ୍କୁ ମଥୁରା ପଂଚାୟତ ଦନ୍ତାପାଲି ସ୍ଥିତ ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମକୁ ହସ୍ତାନ୍ତର କରି ପ୍ରତିପୋଷଣ ନିମନ୍ତେ ଦାୟିତ୍ୱ ଅର୍ପଣ କରିଛନ୍ତି l ମାହେଶ୍ୱରୀ ଗୋଶାଳାରେ ବର୍ତ୍ତମାନ ସର୍ବମୋଟ ୩୮୬ ଗୋଟି ଗୋମାତାଙ୍କୁ ତିନି ବର୍ଷରୁ
ଉର୍ଦ୍ଧ ହେବ ପ୍ରତିପାଳନ କରି ଆସୁଥିବା ମାହେଶ୍ୱରୀ ଗୋଶାଳାର ଅଧକ୍ଷ ନିର୍ଗୁଣ ମହାକୁଡ଼ ଓ ସମ୍ପାଦକ କୃତ୍ତିବାସ
ପଲିଆ ପ୍ରକାଶ କରିଛନ୍ତି l ଆଜି ବୌଦ୍ଧ ଗୋ ଶ୍ରଦ୍ଧା ଗୃହରୁ ସକାଳେ ରାଜବାଟି ମାହେଶ୍ୱରୀ ପିଠର ପୂଜକ ପୁରୁଷୋତ୍ତମ ମହାକୁଡ଼ ଗୋପୂଜନ କରିଥିବା ବେଳେ ଏନ ଏ ସି ନିର୍ବାହୀ ଅଧିକାରୀ ଇ. ମନରଞ୍ଜନ ପଣ୍ଡା, କର୍ମଚାରୀ ପ୍ରଫୁଲ୍ଲ ପଟ୍ଟନାୟକ, ପ୍ରଦୀପ ପ୍ରଧାନ ଯୋଗ ଦେଇ ହସ୍ତାନ୍ତର କରିଥିଲେ l ଏହି ଅବସରରେ ବିଶିଷ୍ଟ ଗୋସେବିକା ତାରାକାନ୍ତି ପଟେଲ, ବାବା କମଳ ଦଳେଇ, ପୁଷ୍ପାଞ୍ଜଳି ଦାସ ଉପସ୍ଥିତ ଥିଲେ l ପ୍ରାଣୀ କଲ୍ୟାଣ ମଞ୍ଚର ସମ୍ପାଦକ ଅରୁଣ ମେଣ୍ଡିଲି, ସଦସ୍ୟ ଦେବ ଥାଟି, ଧନଞ୍ଜୟ ପାତ୍ର ଓ ଅନ୍ୟମାନେ ସହଯୋଗ କରିଥିଲେ