-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
14-Sep-2022
ବୀରମହାରାଜପୁର, (ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କମିରା ପଞ୍ଚାୟତରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ଏବଂ ପରିଚାଳନାରେ ସମସ୍ୟା ସମାଧାନ ପାଇଁ ସରପଞ୍ଚ ଜିଲ୍ଲାପାଳଙ୍କ ନିକଟରେ ଦାବି ଜଣାଇଛନ୍ତି। କମିରା ସରପଞ୍ଚ ଅନୂସୟା ପଧାନ ଏନେଇ ଜିଲ୍ଲାପାଳମାନଙ୍କ ଅଭିଯୋଗ ଶୁଣାଣୀ ଶିବିରରେ ଅଭିଯୋଗ କରିଥିଲେ। ପଞ୍ଚାୟତର ବିଭିନ୍ନ ଗ୍ରାମରେ ଥିବା ଜଳ ପ୍ରକଳ୍ପ ଗୁଡ଼ିକର ସମସ୍ୟା ସାଙ୍ଗକୁ ପରିଚାଳନା, ବିଦ୍ୟୁତ ବିଲ ଆଦି ସମସ୍ୟା ସମ୍ପର୍କରେ ଶ୍ରୀମତୀ ପଧାନ ଅଭିଯୋଗ କରିଥିଲେ। କମିରା ପାନୀୟ ଜଳ ପ୍ରକଳ୍ପ କମ୍ କ୍ଷମତା ବିଶିଷ୍ଟ ପାଣି ମଟର ଯୋଗୁଁ ମଟର ଅଧିକ ସମୟ ଚାଲୁଅଛି। ଫଳରେ ବିଦ୍ୟୁତ ବିଲ୍ ଅଧିକ ହେଉଥିବାରୁ ଏହା ପାଠ କରିବାକୁ ପଞ୍ଚାୟତ ସକ୍ଷମ ହୋଇପାରୁନଥିବା ସେ କହିଥିଲେ। ଆମ୍ବସରଭଟା ଠାରେ ଥିବା ଜଳ ପ୍ରକଳ୍ପ ଠାରୁ ପିତାମହୁଲ, ସଂଗ୍ରାମପୁର ଓ କମିରା ଗ୍ରାମକୁ ପାଇପ ଯୋଗେ ଜଳ ଯୋଗାଣ କରାଯାଉଥିଲେ ମଧ୍ୟ ଉକ୍ତ