-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
14-Sep-2022
ବୀରମହାରାଜପୁର (ବିନୋଦ ପାଣ୍ଡେ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଭାଗୃହ ଠାରେ ରେଆର ଓ ବେସିକ୍ସ ନିଡ଼ ଇଣ୍ଡିଆ ମିଳିତ ଆନୁକୁଲ୍ୟରେ ମାନସିକ ସ୍ଵାସ୍ଥ୍ୟ ଉପରେ ବ୍ଳକ ସ୍ତରୀୟ ନେଡୱ।କିଙ୍ଗ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଉପାଧ୍ୟକ୍ଷ ନାରାୟଣ ଲୁହା, ବ୍ଳକ ଅତିରିକ୍ତ ଶିକ୍ଷା ଅଧିକାରୀ ବାରନା ଡୁଙ୍ଗଡୁଙ୍ଗ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ସମସ୍ତ ସହଯୋଗ ହେଲେ ମାନସିକ ଭାବେ ଅସୁସ୍ଥ ବ୍ୟକ୍ତି ଚିହ୍ନଟ ହୋଇ ଚିକିତ୍ସାରେ ସାମିଲ ହେବେ ଓ ସାଧାରଣ ଲୋକଙ୍କ ପରି ଜୀବନଯାପନ କରିପାରିବେ ସେହି ଉପରେ ବୈଠକରେ ଆଲୋଚନା ହୋଇଥିଲା। ଏହା ସହିତ ଜିଲ୍ଲା ରେ ମାନସିକ ବିଶେଷଜ୍ଞ ନିଯୁକ୍ତି ଓ ମାନସିକ ପ୍ରମାଣପତ୍ର କିଭଲି ମିଳିପାରିବ ସେ ସଂପର୍କରେ ବିଶେଷ ଆଲୋଚନା ହୋଇଥିଲା। ଏହି ବୈଠକରେ ଜ୍ଞାନଜିତ ଶତପଥୀ, ଶିକ କର୍ମୀ,ରାଜବୀ କର୍ମୀ, ଦିଲ୍ଲିପ କର୍ମୀ,ଉଫୁଲା ସରପଞ୍ଚ ଶ୍ରୀୟା କର୍ମୀ, ଅନୁଶୟା ପ୍ରଧାନ, ସୁଦର୍ଶନ ରଥ, ମନୋଜ ବାଘ, ମମତା ପଣ୍ଡା,ଜୟନ୍ତୀ ପଣ୍ଡା, ରଞ୍ଜନ ଖମାରୀ,ଲୁତୁରପଙ୍କ ସରପଞ୍ଚ ସୂର୍ଯ୍ୟ ନନ୍ଦ, କର୍ଣ୍ଣ ଡୁଙ୍ଗଡୁଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ। ବିଶ୍ବମ୍ବର ସାହୁ ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ରେଆର ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ ଉଦ୍ଧେଶ୍ୟ ଜ୍ଞାପନ କରିଥିଲେ। ମନୋଜ ସ୍ବୋଇଁ ଓ ଉଦ୍ଧବ ବାଘ ସହଯୋଗ କରିଥିଲେ। ମିତ୍ରଭାନୁ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।