-+91-9937148622 |
prerana_bgr@rediffmail.com |
Saturday 4th July 2026 |
R.N.I. Regd No. ODIODI/2010/46693
Breaking News
14-Sep-2022
ବୀରମହାରାଜପୁର,( ବିନୋଦ ପାଣ୍ଡେ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ଖଣ୍ଡହତା ଗ୍ରାମରେ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଗ୍ରାମର ମୁଖ୍ୟ ରାସ୍ତାକୁ ମାଡ଼ି ବେଆଇନ ଭାବେ ତିଆରି କରାଯାଇଥିବା ୨୯ ଟି ଘର ଓ ଦୋକାନ ଘରକୁ ଭାଙ୍ଗି ଦିଆଯାଇଛି। ସୂଚନା ଅନୁଯାୟୀ ଉକ୍ତ ରାସ୍ତାଟି ପୂର୍ତ୍ତ ବିଭାଗ କୁ ଗଲାପରେ ରାସ୍ତା ଉନ୍ନତିକରଣ କରାଯାଇଥିଲା। ମାତ୍ର ଖଣ୍ଡହତା ଗ୍ରାମରେ ରାସ୍ତାର ଉଭୟ ପାର୍ଶ୍ବରେ ଘର ଓ ଦୋକାନ ଗୃହ ତିଆରି ହୋଇଥିବାରୁ ରାସ୍ତା କାମ ବନ୍ଦ ହୋଇଥିଲା। ପ୍ରଶାସନର ହସ୍ତକ୍ଷେପ ପରେ ଗତ ମାସ ୨୦ ତାରିଖରୁ ଜବରଦଖଲ ଉଚ୍ଛେଦ କରିବାକୁ ନୋଟିସ ହୋଇଥିଲା। ଉଛେଦ ସମୟରେ ତହସିଲଦାର ବିବୁଧ ଗଡ଼ନାୟକ, ଅତିରିକ୍ତ ତହସିଲଦାର ସ୍ବାଗତ କୁମାର ପଣ୍ଡା, ଉପଖଣ୍ଡ ପୋଲିସ ଅଧିକାରୀ ଡୋଳାମଣି ଭୋଇ, ସୁବଳୟା ଥାନା ଅଧିକାରୀ ଅଞ୍ଜଳୀ କୁମ୍ଭାର, ଖଣ୍ଡହତା ରାଜସ୍ୱ ନିରୀକ୍ଷକ ବିଜୟ ବାରା ପ୍ରମୁଖ ଉପସ୍ଥିତ ରହିଥିଲେ। କୈାଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଆଶଙ୍କା କରି ଦୁଇ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ।