-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
12-Sep-2022
ବୌଦ୍ଧ(ହୃଦାନନ୍ଦ ମେହେର) -ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ପାହାଡ଼ ପର୍ବତ ଘେରା ଦୁର୍ଗମ ଅଂଚଳ ମରଡ଼ା ଓ ଅତଲସରା ଗ୍ରାମରେ ଆଜି ପ୍ରାଣୀ ଚିକିତ୍ସାଳୟ ହରଭଙ୍ଗା ପକ୍ଷରୁ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡା. ବୀରେନ୍ଦ୍ର କୁମାର ପୃଷ୍ଟି ଙ୍କ ତତ୍ଵାବଧାନରେ ସମସ୍ତ ଗୃହପାଳିତ ପ୍ରାଣୀ ମାନଙ୍କୁ ଜାତୀୟ ପ୍ରାଣୀ ରୋଗ ନିରାକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଫାଟୁଆ ଟୀକା କରଣ କରାଯାଇଥିଲା । ଘନ ବନାନୀ ରେ ଅବସ୍ଥିତ ଏହି ଗ୍ରାମ ଗୁଡିକର ପ୍ରାଣୀ ମାନଙ୍କ ସ୍ୱାସ୍ଥ୍ୟ ନିରୋଗ ରଖିବାକୁ କୁସଙ୍ଗ ବନ୍ୟପ୍ରାଣୀ ରେଞ୍ଜର ଲକ୍ଷ୍ମୀ ନାରାୟଣ ପଣ୍ଡା ଙ୍କ ସହଯୋଗ ରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ହରଭଙ୍ଗା ପ୍ରାଣୀ ଚିକିତ୍ସାଳୟ ର କର୍ମଚାରୀ ସଞ୍ଜୟ ସାହୁ, ନିର୍ମଳ ପ୍ରଧାନ, ଅକ୍ଷୟ ଦେହୁରୀ ଓ କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ ର କର୍ମଚାରୀ ମାନେ ସହଯୋଗ କରିଥିଲେ।