-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
12-Sep-2022
ପାଟଣାଗଡ(ସଚ୍ଚିଦାନନ୍ଦ ମହାକୁର) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଉପସ୍ଥିତିରେ ଖପ୍ରାଖୋଲ ବ୍ଲକର ବିଜେପି ଓ କଂଗ୍ରେସ ଦଳର ୫୦୦ରୁ ଅଧିକ କାର୍ଯ୍ୟକର୍ତ୍ତା ବିଜେଡିରେ ଯୋଗଦାନ କରିଛନ୍ତି । ଏହି ଅବସରରେ ପଶ୍ଚିମ ଓଡିଶାର ମହାନ କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ଭେଟ୍ଘାଟ୍ କାର୍ଯ୍ୟକ୍ରମ କରାଯାଇଥିଲା । ନବ ନିର୍ବାଚିତ ଜିଲ୍ଲା ପରିଷଦ, ସରପଞ୍ଚ, ସମିତିସଭ୍ୟ/ସଭ୍ୟା, ସମବାୟ ସମିତି ସଭାପତି, ଉପସଭାପତି ଓ ନିର୍ଦେଶକମାନଙ୍କୁ ସମ୍ୱର୍ଦ୍ଧନା କରାଯାଇଥିଲା । ଏଥିରେ ବ୍ଲକ ସଭାପତି, ବିଧାୟକ ପ୍ରତିନିଧି, ବିଜେଡି କାର୍ଯ୍ୟକର୍ତ୍ତା ଓ ପଦାଧିକାରୀ ଉପସ୍ଥିତ ଥିଲେ