-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
11-Sep-2022
ସୋନପୁର(ମନୋରଂଜନ ତ୍ରିପାଠୀ) ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ଜୟ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ରେ ଜୁନିଅର ରେଡକ୍ରସ ୟୁନିଟ ତରଫରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ଆୟୋଜିତ ହୋଇଥିବା ସଭାରେ ପ୍ରଧାନଶିକ୍ଷକ ଲୋକନାଥ ମିଶ୍ର ସଭାପତିତ୍ୱ କରି ପ୍ରାଥମିକ ଚିକିତ୍ସାର ଗୁରତ୍ୱ ବିଷୟରେ ମତବ୍ୟକ୍ତ କରିଥିଲେ । ଜୁନିଅର ରେଡକ୍ରସ ପରାମର୍ଶଦାତା ତଥା ସାଧନକର୍ମି ଚନ୍ଦ୍ର ଶେଖର ମହାପାତ୍ର ଜୁନିଅର ଛାତ୍ରଛାତ୍ରୀ ମାନଙ୍କୁ ପ୍ରାଥମିକ ଚିକିତ୍ସାର ଉପକାରିତା, ରିକୋଭରି ପୋଜିସନ, ନିଆଁ ରୁ ସୁରକ୍ଷା, ରକ୍ତସ୍ରାବ, ବ୍ୟାଣ୍ଡେଜିଙ୍ଗ ଓ ରୋଗୀ ସ୍ଥାନାନ୍ତରଣ ଭଳି ବିଭିନ୍ନ କୌଶଳକୁ ଶିଖାଇଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ଗୋପିନାଥ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।