-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
10-Sep-2022
ଲୋଇସିଂହା, (ବିନୋଦ କୁମାର ଦୀପ) ଗତ ୭ ତାରିଖ ସନ୍ଧ୍ୟା ସମୟରେ ବଲାଂଗୀର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ଜଡାମୁଣ୍ଡା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଥିଲା l ଏହି ଗ୍ରାମର ତିନିଜଣ ସାଙ୍ଗ ହୋଇ ଗ୍ରାମ ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ ବଜ୍ରାପାତରେ ତିନିଜଣଙ୍କ ବିୟୋଗ ଘଟିଥିଲା l ଏହି ଘଟଣା ପ୍ରଚାରିତ ହେବା ପରେ ଅଂଚଳରେ ଶୋକର ଛାୟା ଖେଳି ଯାଇଥିଲା l ଏହି ଖବର ଜାଣିବା ପରେ ବିଜେଡି ନେତ୍ରୀ ତଥା ବିଜୁ ମହିଳା ଦଳର ରାଜ୍ୟ ସମ୍ପାଦିକା ରଞ୍ଜୁ ରାଏମନ ଆଜି ଜଡାମୁଣ୍ଡା ଗ୍ରାମକୁ ଆସି ଶୋକ ସନ୍ତପ ପରିବାରକୁ ଭେଟି ସମବେଦନା ଜଣାଇବା ସହ ତିନିଜଣ ସାଙ୍ଗଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ କାମନା କରିଥିଲେ l