-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
09-Sep-2022
ବଲାଙ୍ଗିର (ପ୍ରେରଣା ଖବର) ଅବସରପ୍ରାପ୍ତ ଶିକ୍ଷକଙ୍କୁ ଭଡାଟିଆଙ୍କ ବ୍ଲାକ ମେଲିଂ । ତିନି ଲକ୍ଷ ଟଙ୍କା ନେବା ପରେ ସାମ୍ନାକୁ ଆସିଲା ଘଟଣା । ବଲାଙ୍ଗିର ସହର ସାଗରକଲୋନୀରେ ଥିବା ଅବସରପ୍ରାପ୍ତ ଶିକ୍ଷକଙ୍କୁ ଭଡାଟିଆ ଏବଂ ତାଙ୍କର ଦୁଇ ଜଣ ସଂର୍ପକୀୟ ନିଶା ଦେଇ, ଅଶ୍ଲିଳ ଭିଡିଓ ତିଆରି କରି ବ୍ଲାକ ମେଲିଂ କରିଥିଲେ । ତାପରେ ଭିଡିଓ ଭାଇରାଲ ଏବଂ ହତ୍ୟା ଧମକ ଦେଇ ଶିକ୍ଷକଙ୍କ ଠାରୁ ତିନୋଟି
ଫେଜରେ ତିନି ଲକ୍ଷ ଟଙ୍କା ନେଇଥିଲେ । ଗତକାଲି ଅବସରପ୍ରାପ୍ତ ଶିକ୍ଷକ ମାନସିକ ଅବସାଦରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହା ଜଣାପଡିବା ପରେ ପରିବାର ଲୋକେ ଦୁଇ ଜଣ ବ୍ଲାକ ମେଲରଙ୍କୁ କାବୁ କରି ଟାଉନ ଥାନାରେ ଅଟକ ରଖିଛନ୍ତି । ଅନ୍ୟ ଦୁଇଜଣ ଭଡାଟିଆ ଫେରାର ମାରିଛନ୍ତି । ଟାଉନ ପୋଲିସ ତଦନ୍ତ ଜାରୀ ରଖିଛି । ବ୍ୟାଙ୍କୁ ଯାଇ ଟଙ୍କା ୱିଡ୍ର କରୁଥିବା ସମୟରେ ଉପସ୍ଥିତ ଥିଲେ ବ୍ଲାକ ମେଲର ।