-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
09-Sep-2022
ବଲାଙ୍ଗୀର,// ଗତ ୨୨ ବର୍ଷ ହେଲା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାମ ଚାଲିଥିଲେ ହେଁ ସରୁନାହିଁ । ଏହି ବିଳମ୍ବିତ କାମକୁ ତ୍ବରାନ୍ବିତ କରିବାକୁ ବଲାଙ୍ଗୀର-ସୋନପୁର ଓ ବୌଦ୍ଧ ଜିଲ୍ଲାର ଲୋକଙ୍କୁ ନେଇ ଗଠିତ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ସଂଘର୍ଷ କମିଟିର ମିଳିତ ବୈଠକ ଆସନ୍ତା ସେପଟେମ୍ବର ୧୧ ତାରିଖରେ ବଲାଙ୍ଗୀର ସାମ୍ବାଦିକ ଭବନରେ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ସଫଳ କରିବାକୁ ସ୍ଥାନୀୟ ଆଇନ ମହାବିଦ୍ୟାଳୟ ଠାରେ ବଲାଙ୍ଗୀରର ବିଭିନ୍ନ ସଂଗଠନକୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର୍ଷ କମିଟିର ଆବାହକ ଗୋପାଳଜୀ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ପ୍ରସ୍ତୁତିବୈଠକରେ ନାଗରିକ କମିଟି,ବରିଷ୍ଠ ନାଗରିକ, ମଂଚ, ସିଭିଲ ସୋସାଇଟି, ବଣିକସଂଘ,ଏକ୍ସନ କମିଟି,ଯୁବ ଏକ୍ସନ କମିଟି, ବେଡମିଣ୍ଟନ ଏସୋସିଏସନ, ପିସ ୟୁନିସନ, ଓକିଲସଂଘ, ବିଜେପି ମହିଳାମୋର୍ଚ୍ଚା,ନଗର କଂଗ୍ରେସ, କିଷାନ କଂଗ୍ରେସ ଇତ୍ୟାଦି ସଂଗଠନର କର୍ମକର୍ତ୍ତା ଯୋଗଦେଇଥିଲେ ।