-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
09-Sep-2022
ଉଲୁଣ୍ଡା,(ଗୌରଚନ୍ଦ୍ର ପରିଛା) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମେଟାକନୀ ମନ୍ଦିର ପରିଶରରେ କବୟତ୍ରୀ ସଂଧ୍ୟାରାଣୀ ମେଣ୍ଡଲୀଙ୍କ ରଚିତ ପୁସ୍ତକ କବିତା ଅରଣ୍ୟ ଉନ୍ମୋଚିତ ହୋଇଯାଇଛି । ଆୟୋଜିତ ଉନ୍ମୋଚନ ଉତ୍ସବରେ ଶିକ୍ଷକ ଜିତେନ୍ଦ୍ର ପର୍ଡୀଆ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କବିତା ହେଉଛି ଜନଜୀବନ ଦର୍ପଣ, କବିତା ମାଧ୍ୟମରେ କବି ନିଜକୁ ଖୋଜେ ବୋଲି ପ୍ରକାଶ କରିଥିଲେ । ଏହି ଅବଶରରେ କବିତା ଅରଣ୍ୟ ପୁସ୍ତକର ଉନ୍ମୋଚନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଚ୍ୟୁତ ଜାଲ, ବ୍ରଜ କିଶୋର ପାଣ୍ଡେ, ଦିଲ୍ଲିପ ପଟେଲ, ଅନ୍ତର୍ଯ୍ୟାମୀ ଭୁଏ, ଇର୍ପିତା ରଥ, ଜାନକୀ ମେସୁଆ, ଅଭିଲାସ ଦାସ, ବାସୁଦେବ ଖଟୁଆ ପ୍ରମୁଖ ଯୋଗଦେଇଥିଲେ । ଶୋପ୍ନା ମହାପାତ୍ର ଧନ୍ୟବାଦ ଦେଇଥିଲେ ।