-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
09-Sep-2022
ଉଲୁଣ୍ଡା,(ଗୌରଚନ୍ଦ୍ର ପରିଛା) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ସିଣ୍ଢୋଲ ଗ୍ରାମର ଜଣେ ମହିଲାଙ୍କ ସାପ କାମୁଡାରେ ମତ୍ୟୁ ଘଟିଥିବା ଜଣାପଡିଛି । ମୃତ ମହିଲା ଜଣକ ହେଲେ ଶୋଭାଗିନୀ ଅମାତ । ସୂଚନା ଅନୁସାରେ ଆଜି ସକାଲୁ ଶୋଭାଗିନୀ ନିଜ ବିଲକୁ କାମ କରିବାକୁ ଯାଇଥିଲେ । ସେଠାରେ ତାଙ୍କ ଗୋଡରେ ଏକ ବିଶଧର ସାପ କାମୁଡି ଦେଇଥିଲା । ଖବର ପାଇବା ପରେ ପରିବାର ଲୋକେ ଘଟଣା ସ୍ଥଲରୁ ଶୋଭାଗିନୀଙ୍କୁ ଉଦ୍ଧାର କରି ସୁବର୍ଣ୍ଣପୁର ଦାକ୍ତରଖାନକୁ ନେଇଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏନେଇ ଉଲୁଣ୍ଡା ପୁଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଦାକ୍ତରଖାନରୁ ଶବ ଜବତ କରିଛି । ଆସନ୍ତାକାଲି ଶବବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଜିବ । ପ୍ରକାଶ ଥାଉକି ମୃତ ମହିଲାଙ୍କ ଦୁଇଟି ପୁଅ,ôଝଅ ଥିବା ଜଣାପଡିଛି । ଏହି ଖବର ପ୍ରସାରିତ ହେବା ପରେ ଅଂଚଲରେ ଶୋକର ଛାୟା ଖେଲିଯାଇଛି ।