-+91-9937148622 |
prerana_bgr@rediffmail.com |
Thursday 9th July 2026 |
R.N.I. Regd No. ODIODI/2010/46693
Breaking News
08-Sep-2022
ସୁବର୍ଣ୍ଣପୁର : ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା (ନିଟ୍)ରେ ସୋନପୁର ପଟାଭାଡିର ଗୋପାଳ ମେହେର ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ୭୨୦ ମାର୍କରୁ ୬୨୭ ମାର୍କ ରଖି ସେ ଜିଲ୍ଲା ତଥା ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ଗୋପାଳଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ତଥା ପ୍ରଶଂସାର ସୁଅ ଛୁଟିଛି। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଜଗନ୍ନାଥ ପାଲି ଗାଁର ଶଙ୍କରଷଣ ମେହେର ଓ ସରୋଜିନୀ ମେହେରଙ୍କ ବଡ ପୁଅ ହେଉଛନ୍ତି ଗୋପାଳ। ସେ ବୀରମହାରାଜପୁର ଆଦର୍ଶ ବିଦ୍ୟାଳୟ ଦଶମ ଶେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ ଦଶମରେ ମଧ୍ୟ ସେ ୯୫ ପ୍ରତିଶତ ମାର୍କ ରଖିଥିଲେ । ଏହାପରେ ରାଜସ୍ଥାନ ସେଣ୍ଟ୍ରାଲ ଅକାଡେମି କଲେଜରେ ଗତ ଶିକ୍ଷବର୍ଷ ୨୦୨୦ ରେ ଯୁକ୍ତଦୁଇ ବିଜ୍ଞାନ ପଢ଼ିବା ସହ ସେଥିରେ ୮୮ ପ୍ରତିଶତ ମାର୍କ ରଖି ସଫଳତା ହାସଲ କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ, ଗୋପାଳଙ୍କ ବାପା ଶଙ୍କରଷଣ ଜଣେ ବାନ୍ଦଶିଳ୍ପୀ କାରିଗର ଏବଂ ମା’ ବି ଜଣେ ବାନ୍ଦଶିଳ୍ପୀ। ବୀରମହାରାପୁରର ଅଞ୍ଚଳ ଉଲୁଣ୍ଡା ବ୍ଳକ୍ ଜଗନ୍ନାଥପାଲି ଗ୍ରାମରେ ବହୁତ୍ ଅସୁବିଧାରେ ରହୁଥିଲେ କିନ୍ତୁ ବିଗତ ୧୦ବର୍ଷରୁ ଉର୍ଦ୍ଧ୍ବ ହେବ ସୋନପୁର ସହର ପଟାଭାଡି ଗ୍ରାମରେ ୱାର୍ଡ ନମ୍ବର ୯ରେ ରହିଆସୁଛନ୍ତି। ଏଠି ମଧ୍ୟ ସେମାନେ ତାଙ୍କର କୌଳିକ ବୃତ୍ତି କରିଛନ୍ତି।