-+91-9937148622 |
prerana_bgr@rediffmail.com |
Tuesday 14th July 2026 |
R.N.I. Regd No. ODIODI/2010/46693
Breaking News
04-Sep-2022
ପାଟଣାଗଡ,-(ସଚ୍ଚିଦାନନ୍ଦମହାକୁର)) ବିଶ୍ୱାବସୁ ଶବର ସମାଜ ଘସିଏନ ଆଞ୍ଚଳିକ କେନ୍ଦ୍ର ଓ ଆଦିବାସୀ କର୍ମଚାରୀ ଓ ଛାତ୍ର ସଂଘର ମିଳିତ ଆନୁକୂଲ୍ୟରେ ପାଟଣାଗଡ଼ ବ୍ଲକ ଖୁଂଟସମଲେଇ ପଞ୍ଚାୟତ ଅନ୍ତର୍ଗତ ଗଣ୍ଡାମେଲ ଶବରୀନାରାୟଣ ମନ୍ଦିର ପ୍ରାଙ୍ଗଣରେ ନୂଆଁଖାଇ ଭେଟ୍ଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଖୁଂଟସମଲେଇ ଗାଁରେ ବଜାଗଜା, କଳସ ସ୍ଥାପନ କରି ଉଚ୍ଛ୍ୱସିତ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପରେ ନୂଆଁଖାଇ ଭେଟ୍ଘାଟ୍ ସଭାରେ ସମସ୍ତେ ନୂଆଁ ଚୁରାକୁଣା ଭକ୍ଷଣ ପରେ ନିର୍ବିଘ୍ନ ଭୋଇଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ସମ୍ମାନିତ ଅତିଥି ଭାବେ ବାଳକୃଷ୍ଣ ଶବର, ଅନ୍ୟତମ ଅତିଥି ପାଟଣାଗଡ଼ ବିଇଓ ଶଙ୍କର ପ୍ରସାଦ ମାଝୀ, ବଳଦେବ ଭୋଇ ଓ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ । ଶ୍ରୀ ବିଶି ମହୋଦୟ ଶିକ୍ଷାକୁ ମୂଳମନ୍ତ୍ର ଭାବି ଶିକ୍ଷାକୁ ବାଧ୍ୟତାମୂଳକ କରିବାକୁ ଆହ୍ୱାନ ଦେବା ସହ ନିଶା କବଳରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ । ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ୫ଜଣ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ମାନପତ୍ର ଓ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ । ସଭାକୁ ଶ୍ରୀମାନ ଗିରିରାଜ ଭୋଇ ସଂଯୋଜନା କରିଥିବା ବେଳେ ପ୍ରମୋଦ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ