-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
04-Sep-2022
ଲୋଇସିଂହା, (ବିନୋଦ କୁମାର ଦୀପ) ପଶ୍ଚିମ ଓଡ଼ିଶା ର ମହାନ୍ ଗଣପର୍ବ ନୂଆଁଖାଇ ଅବସରରେ ଲୋଇସିଂହା ବ୍ଲକ ସରଗାଡରେ ମୋର୍ଣୀଙ୍ଗ ଷ୍ଟାର, ସରଗାଡ ପରିବାର ତରଫରୁ ଧୁମ୍ ଧାମ୍ରେ ପାଳିତ ହୋଇଯାଇଛି lଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଲୋଇସିଂହା ବିଧାୟକ ଡ଼. ମୁକେଶ ମହାଲିଙ୍ଗ, ସମ୍ମାନିତ ଅତିଥି ଭାବରେ ଜିଲ୍ଲାପରିଷଦ ସଭ୍ୟା ସଂଯୁକ୍ତା ବରିହା, ସମାଜସେବୀ ରାମଭଗତ ଅଗ୍ରୱାଲ ଉପସ୍ଥିତ ଥିଲେ l
ଏହି କାର୍ଯକ୍ରମରେ ବିଭିନ୍ନ ସମାଜ ସେବୀ, କଳାକାର ମାନଙ୍କୁ ସମ୍ମାନିତ କରିବା ସଙ୍ଗେ ସଙ୍ଗେ ନାଚ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ନାଚ ପ୍ରତିଯୋଗିତାରେ ଚନ୍ଦାନା ସିଂ, ସୁବଳ ମହାକୁର , ମନୋରଞ୍ଜନ ପଟେଲ ଥିବାବେଳେ ଅତିଥି ଭାବରେ ଲିଲି ପଟେଲ, ଅଭିପ୍ସା ମିଶ୍ର ,ରାଧିକା ପଟ୍ଟନାୟକ ଉପସ୍ଥିତ ଥିଲେ l ପ୍ରୋଗ୍ରାମକୁ ବିରେନ୍ଦ୍ର ପାଣ୍ଡେ ପରିଚାଳନା କରୁଥିଲେ l ନାଚ ପ୍ରତିଯୋଗିତାରେ ସିନିୟର୍ ଗ୍ରୁପରେ ପ୍ରଥମ ସ୍ଥାନ ସୁଭଲକ୍ଷ୍ମି ମେହେର, ଦ୍ଵିତୀୟ ସ୍ଥାନ ଅଜିତ ଡୁଙ୍ଗୁରି, ତୃତୀୟ ସ୍ଥାନ ହର ଜେକ୍ସନ୍ ଅଧିକାର କରିଥିଲେ l ଜୁନିଅର୍ ଗ୍ରୁପରେ ପ୍ରଥମ ସ୍ଥାନ ଆଦିତ୍ୟ ଭାରତୀ,ଦ୍ଵିତୀୟ ସ୍ଥାନ ଅତିଭା ମିଶ୍ର ,ତୃତୀୟ ସ୍ଥାନ ସ୍ୱାଗତିକା ବାଗ ଓ ଆଦେଶ ମିଶ୍ର ହୋଇଥିଲେ।କମିଟି ର ନବ ସାଏ ପଟେଲ,ଜିତୁ ସାହୁ,କେଶବ ବିଶ୍ବାଳ,ଅଭିଷେକ ସାଏ ପଟେଲ,ପିଙ୍କୁ ପୁଟେଲ,ଆକାଶ ପଟେଲ,ଆଲୋକ ପଟେଲ,ରାଜେଶ ପଟେଲ,ରାଜେଶ ସାହୁ,ପ୍ରଭଞ୍ଜନ ନନ୍ଦ, ଆଶିଷ ପଟେଲ,ଧନେଶ୍ଵର କୁମ୍ଭାର, ପ୍ରଣବ ମହାନ୍ତି, ଅଜିତ ବିଶ୍ବାଳ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l