-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
01-Sep-2022
କଳାହାଣ୍ଡି,କୋକସରା(ତ୍ରିନାଥ ବେଶ୍ରା )ପଶ୍ଚିମ ଓଡ଼ିଶାର ମହାନ ଗଣ ପର୍ବ ନୁଆଁଖାଇ l ଆଜି ପାଳିତ ହେଉଛି ଭାଇ ଚାରାର ପର୍ବ ନୂଆଖାଇ l ଏହି ପର୍ବ ମାନିବା ପାଇଁ ଦୂରଦୁରାନ୍ତରରେ ଥିବା ବନ୍ଧୁବାନ୍ଧବ ଏବେ ଘରମୁହାଁ ହୋଇଛନ୍ତି ! ପୂର୍ବ ନିର୍ଦ୍ଧାରିତ ସମୟରେ ଏହି ଅଂଚଳ ର ଅଧି ଷ୍ଟlତ୍ରୀ ଦେବି ମାନଙ୍କ ଠାରେ ନର୍ବାନ ଭୋଗ ବା ନୂଆ ଧାନ ର ନୂଆ ଚୁଡା କୂରେଇ ପତ୍ର ଉପରେ ଗୁଡ଼ ଓ ନୂଆ ଚୁଡା ଭୋଗ ଲାଗି ହେବ l ଏହାପରେ ଘରେ ଘରେ ଲୋକେ ନୁଆଁଖାଇବେ ! ତେଣୁ ଗ୍ରାମ୍ୟ ଇଷ୍ଟଦେବି ମନ୍ଦିର କୁ ନୁଆଁ ଧାନ ଆସିଛି ! ମୁଖ୍ୟ ପୂଜକଙ୍କ ଘରେ ଏହାର ପ୍ରସ୍ତୁତି ଆରମ୍ଭ ହୋଇଯିବ ! ଏହି ନୁଆଁ ଧାନ ଚାଉଳରୁ ପ୍ରସ୍ତୁତ ଅର୍ଣ୍ଣ ଇଷ୍ଟଦେବିଙ୍କ ଠାରେ ଅର୍ପଣ କରାଯିବ ! ବୟୋଜ୍ୟେଷ୍ଟ ବ୍ୟକ୍ତି ମାନେ ଘରେ ପ୍ରସ୍ତୁତ ହୋଇଥିବା ଅର୍ଣ୍ଣ ପ୍ରସାଦକୁ ଗ୍ରହଣ କରିବା ପରେ ପରିବାର ସମସ୍ତେ ନୂଆ ଚୁଡା ଭୋଗ କରିବା ପରେ ଗୁରୁଜନଙ୍କ ଠାରୁ ଆଶୀର୍ବାଦ କାମନା କରିଥାନ୍ତି ! ପରେ ନୁଆଁ ବସ୍ତ୍ର ପିନ୍ଧି ଜୁହାର ଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ! ଛୋଟ ପିଲାମାନେ ବଡ଼ ମାନଙ୍କୁ ପ୍ରଣିପାତ କରିଥାନ୍ତି! ଏହା ପଶ୍ଚିମ ଓଡିଶାର ଘରେ ଘରେ ପାଳନ ହେଉଥିବାରୁ ଗଣପର୍ବ ବା ଭାଇ ଚlରାର ପର୍ବ ଭାବେ ପରିଚିତ ! ପ୍ରକୁତି ପୂଜାର ପରମ୍ପରାକୁ ବହନ କରୁଥିବା ଏହି ପର୍ବକୁ ସମସ୍ତେ ଆନନ୍ଦ ଉଲ୍ଲାସରେ ପାଳନ କରିଥାନ୍ତି ! ତେବେ ନୁଆଁଖାଇ ଲାଗି ନୁଆଁ ଧାନର ଆବଶ୍ୟକତା ହୋଇଥାଏ ! ଚଳିତ ବର୍ଷ ଠିକ ସମୟରେ ବର୍ଷା ନ ହେବା ଓ ଅନାବୃଷ୍ଟି ଯୋଗୁଁ ବିଳମ୍ବରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଛି ! ଶ୍ରାବଣ ମାସ ଶେଷ ହୋଇ ଯାଇଥିବା ବେଳେ ଭାଦ୍ରବ ମାସ ଧରାପୃଷ୍ଟକୁ ଅବତାରଣା କରିଛି ! ତେବେ ଆବଶ୍ୟକ ପରିମାଣରେ ଲଘୁଚାପ ବର୍ଷା ହୋଇ ଥିଲେ ମଧ୍ୟ ପୂର୍ବରୁ ବର୍ଷା ଅଭାବରୁ ଏ ପର୍ଯ୍ୟନ୍ତ ସଠିକ ଭାବେ ଖରିଫ ଧାନ ଫସଲ କାର୍ଯ୍ୟ ସମ୍ପୂର୍ଣ ହୋଇପାରି ନାହିଁ ! ଅନେକ ଚାଷ ଜମି ପଡିଆ ପଡିଛି ! ଚାଷୀ ଚାଷ କାର୍ଯ୍ୟରେ ବ୍ୟସ୍ତ ଥିବାବେଳେ ଏହି ସମୟରେ ନୁଆଁଖାଇ ପର୍ବ ଆସିଛି ।
ତେବେ ଅକ୍ଷୟ ତୃତୀୟା ଓ ଶୀତଳଷଷ୍ଠି ସମୟରେ ଚାଷ କରାଯାଉଥିବା ଧାନ କାଁଭାଁ ଅମଳ ହୋଇଛି ! ଏହି ଧାନ ବର୍ତମାନ ଅମଳକ୍ଷମ ହୋଇଥିବା ବେଳେ ତାହାକୁ ବିକ୍ରି କରିବା ପାଇଁ ଅଣାଯାଇଛି ! ବିଶେଷ କରି କଳାହାଣ୍ଡି ଜ଼ିଲ୍ଲା ଗୋଲାମୁଣ୍ଡା ,ଦଣ୍ଡପାଟ ଅଂଚଳ, ଛତିଶଗଡ, ଆଦି ଅଂଚଳରୁ ଚାଷୀ ମାନେ ଏହି ଧାନ ଆଣି ମାର୍କେଟ ଗୁଡିକରେ ବିକ୍ରି କରୁଛନ୍ତି ! ନୁଆଁଖାଇ ପାଖେଇ ଆସି ଥିବା ବେଳେ ଦୈନିକ ଓ ସପ୍ତାହିକ ବଜାର ଗୁଡିକରେ ଭିଡ଼ ଜମୁଛି l ନବାହ୍ନ ଲାଗି ଆବଶ୍ୟକ ଧାନ, ନୂଆ ଚୁଡା,ପନିପରିବା, ଲୁଗାପଟା, ବାସନ କୁସନ , ବାଉଁଶ ପାତିଆ, ମାଟି ପାତ୍ର, ଆଦି ବିକ୍ରି ହେଉଥିବା ଦେଖିବାକୁ ମିଳୁଛି ! ଏଥିସହ ନୂଆ ଚୁଡା ର ଭୋଗ ଖାଇବା ଅନୁସାରେ କୁରେଇ ପତ୍ର ମଧ୍ୟ୍ୟ ବିକ୍ରି ହେଉଛି l ଆବଶ୍ୟକ ପରିମାଣରେ ଧାନ ମିଳୁ ନ ଥିବାରୁ ଧାନ ବିଡ଼ାକୁ 10 ଟଙ୍କାରେ ବିକ୍ରି କରାଯାଉଛି ! ପୂର୍ବ ଅପେକ୍ଷା ଦାମ ଅଧିକା ହୋଇଥିଲେ ସୁଦ୍ଧା ନୁଆଁ ଧାନର ଆବଶ୍ୟକତା ଥିବାରୁ ଏହାକୁ ଲୋକେ କିଣୁଛନ୍ତି ! ଅନ୍ୟପଟେ ଗାଁ ଗୁଡିକରେ ନିର୍ଦ୍ଧିଷ୍ଟ ପରିବାର ପିଢ଼ି ପିଢ଼ି ଧରି ନୁଆଁ ଧାନ ଗ୍ରାମବାସୀଙ୍କୁ ମାଗଣା ରେ ପ୍ରଦାନ କରିଥାନ୍ତି ! ସେହିପରି ନୁଆଁଖାଇ ବିଦ୍ଧି ପାଇଁ ଆବଶ୍ୟକ ପନିପରିବା ମଧ୍ୟ୍ୟ ଚାହିଦା ରହିଛି ! ତେଣୁ ଚାଷୀ ମନରେ ନୁଆଁ ଖାଇବାକୁ ନେଇ ନୂତନ ଆଶା ସଂଚାର ହୋଇଛି l