-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
24-Aug-2022
ବରଗଡ଼:-ଆଜି ବରଗଡ ରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ର ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ମୋନିଷା ବାନାର୍ଜୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସାଧାରଣ କମିଟି ର ସମସ୍ତ ୧୫୦ଜଣ ସଦସ୍ୟ ଙ୍କୁ ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ ଏହି ବୈଠକ ଅପରାହ୍ନ ୫ ଘଟିକା ସମୟରେ ଅନୁଷ୍ଠିତ ହୋଇଥିଲା। ବୈଠକ ରେ ଓଡ଼ିଶା ର ମାନ୍ୟବର ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରିତା ସାହୁ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ବରଗଡ଼ ପୈାରପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ, ବରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପରମାର ସ୍ମିତ ପୁରୁଷୋତ୍ତମ ଦାସ, ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, ଅତିରିକ୍ତ ଜିଲ୍ଲାପାଳ ନବୀନ କୁମାର ପଟେଲ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ କୃତିବାସ ରାଉତ ଓ ଧନୁଯାତ୍ରା ମହୋତ୍ସବ କମିଟି ର ସମ୍ପାଦକ ସୁରେଶ୍ଵର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ କାର୍ଯ୍ୟକାରୀ କମିଟିର ସଦସ୍ୟ, ଆବାହକ ତଥା ସମସ୍ତ ସଦସ୍ୟ ଉପସ୍ଥିତ ରହି ଆଗାମୀ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା କୁ କିପରି ସୁନ୍ଦର ଓ ଆକର୍ଷଣୀୟ ଭାବରେ ପାଳନ କରାଯିବ ସେ ନେଇ ପ୍ରସ୍ତାବ ମାନ ଆଗତ କରାଗଲା । ପ୍ରାରମ୍ଭରେ ଧନୁଯାତ୍ରା କଳାକାର, କମିଟି ର ବରିଷ୍ଠ ସଦସ୍ୟ ଯେଉଁ ମାନେ ଇତିମଧ୍ୟରେ ଇହଧାମ ତ୍ୟାଗ କରିଛନ୍ତି ସେମାନଙ୍କ ଉଦ୍ଦେଶ୍ୟ ରେ ୧ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ଜିଲ୍ଲାପାଳ ମ୍ୟାଡମ ଆଗାମୀ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ର ତାରିଖ ଡିସେମ୍ବର- ୨୭. (୨୦୨୨) ଠାରୁ ଜାନୁଆରୀ -୬ (୨୦୨୩) ପର୍ଯ୍ୟନ୍ତ ହେବାର ନିଷ୍ପତ୍ତି ଘୋଷଣା କରିଥିଲେ।