-+91-9937148622 |
prerana_bgr@rediffmail.com |
Monday 5th October 2026 |
R.N.I. Regd No. ODIODI/2010/46693
Breaking News
24-Aug-2022
ସୁବର୍ଣ୍ଣପୁର - ରାଜ୍ୟ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଧେଶ କ୍ରମେ ନିକଟ ରେ ପୁନର୍ଗଠିତ ହୋଇଥିବା ରାଜ୍ୟ ଛାତ୍ର ଜନତା ଦଳ ର ରାଜ୍ୟ ସମ୍ପାଦକ ଭାବେ ସୁବର୍ଣ୍ଣପୁର ଜ଼ିଲ୍ଲା ର ଅମୀୟ ରଞ୍ଜନ ଦାଶ ଙ୍କୁ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ନିଯୁକ୍ତି ଦେଇଛନ୍ତି l ଏ ଖବର ପରେ ଅମୀୟ ରଞ୍ଜନ ଙ୍କୁ ଜ଼ିଲ୍ଲା ତଥା ରାଜ୍ୟ ର ବିଭିନ୍ନ ଅଞ୍ଚଳ ରୁ ଶୁଭେଚ୍ଛା ର ସୁଅ ଛୁଟୁଥିବା ବେଳେ ଦୀର୍ଘ ବର୍ଷ ଧରି ଜ଼ିଲ୍ଲା ବିଜୁ ଛାତ୍ର ଜନତା ଦଳ ର ଉପ ସଭାପତି ଭାବେ ଶ୍ରୀ ଦାଶ ଖୁବ ଦକ୍ଷତା ର ସହିତ କାର୍ଯ୍ୟ କରି ଜ଼ିଲ୍ଲା ତଥା ରାଜ୍ୟ ର ଛାତ୍ର ଜନତା,ଯୁବ ଜନତା ମହଲ ସମେତ ବରିଷ୍ଠ ନେତା ମନ୍ତ୍ରୀ ଙ୍କ ମହଲ ରେ ସମସ୍ତ ଠାରେ ପ୍ରିୟ ଭଜନ ହୋଇ ପାରିଛନ୍ତି l ସାଙ୍ଗଠନିକ କ୍ଷେତ୍ରରେ ତାଙ୍କୁ ଏ ଗୁରୁ ଦାୟିତ୍ୱ ମିଳି ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ, ରାଜ୍ୟ ବିଜେଡି ର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ, ମନ୍ତ୍ରୀ ନିରଞ୍ଜନ ପୁଜାରୀ, ପଦ୍ମନାଭ ବେହେରା, ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତ ରାୟ, ବିଜେଡି ଜ଼ିଲ୍ଲା ସଭାପତି ସରୋଜ କମ୍ପ, ଯୁବ ଜନତା ଜ଼ିଲ୍ଲା ସଭାପତି ଅଶୋକ ନନ୍ଦ, ଛାତ୍ର ଜନତା ଜ଼ିଲ୍ଲା ସଭାପତି ଶାଶ୍ୱତ କୁମାର ମିଶ୍ର ଙ୍କୁ ଶ୍ରୀ ଦାଶ ଗଭୀର କୃତଜ୍ଞତା ଓ ଧନ୍ୟବାଦ ଜଣାଇ ଛନ୍ତି l ପ୍ରକାଶ ଥାଉ କି ଯେ ଛାତ୍ର ନେତା ଶ୍ରୀ ଦାଶ ବିଗତ ବିଜେପୁର, ପାଟକୁରା, ବାଲେଶ୍ୱର, ପିପିଲି ଆସନ ଉପ ନିର୍ବାଚନ ରେ ଦଳ ଓ ପ୍ରାର୍ଥୀ ପାଇଁ ଦଳୀୟ କ୍ୟାମ୍ପନିଙ୍ଗ ରେ ପ୍ରଚାର ପ୍ରସାର କରି ସୁଚାରୁ ରୂପେ ଦାୟିତ୍ୱ ନିଭାଇ ଆସି ଛନ୍ତି ଜଣାଇଛନ୍ତି l l ଏହା ବ୍ୟତୀତ କଲେଜ ଛାତ୍ର ରାଜନୀତି, ଜୀବନ ବିନ୍ଦୁ କାର୍ଯ୍ୟକ୍ରମ, ସମେତ ପଞ୍ଚାୟତ, ଓ ସାଧାରଣ ନିର୍ବାଚନ ମାନଙ୍କ ରେ ଆଜିଯାଏ ଶୃଙ୍ଖଳିତ ଭାବେ କାର୍ଯ୍ୟ କରି ଆସିଥିବାରୁ ଶ୍ରୀ ଦାଶ ଙ୍କୁ ଦଳ ପକ୍ଷରୁ ଏହା ସରପ୍ରାଇଜ ମିଳି ଥିବା ଖବର ମିଳିଛି l ଏବଂ ଜ଼ିଲ୍ଲା ତଥା ରାଜ୍ୟ ବିଜେଡି ର ବରିଷ୍ଠ ନେତା ମାନଙ୍କ ପରାମର୍ଶ କ୍ରମେ ଆଗକୁ ଛାତ୍ର ସଂଗଠନ କୁ ଆହୁରି ମଜବୁତ କରି ପାରିବି ବୋଲି ଶ୍ରୀ ଦାଶ ମିଡ଼ିଆ ଙ୍କୁ ପ୍ରକାଶ କରିଛନ୍ତି l