-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
22-Aug-2022
ନାକଟିଦେଉଳ(କନ୍ଦର୍ପ ବେହେରା): ଆଜି ନାକଟିଦେଉଳ ବ୍ଲକ୍ ସମ୍ମିଳନୀ କକ୍ଷରେ ସମ୍ବଲପୁର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି ା
ଏହି ଅଭିଯୋଗ ଶୁଣାଣୀ ନାକଟିଦେଉଳ ବିଡ଼ିଓ ବିବେକାନନ୍ଦ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ା ା ଏହି ଅଭିଯୋଗ ଶୁଣାଣୀ ରେ ୧୪ ଟି ପଂଚାୟତରୁ ଆସିଥିବା ବ୍ୟକ୍ତିମାନଙ୍କର ୧୨୮ ଟି ଅଭିଯୋଗ ଦାଖଲ ହୋଇଥିବା ବେଳେ ୧୭ ଟି ଗ୍ରୁପ୍ ଭାବରେ ଅଭିଯୋଗ ଆସିଥିଲା ା ତେବେ ଏସବୁର ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗ ର ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ ଜିଲ୍ଲାପାଳ ଅନନ୍ୟା ଦାସ ା ବିଶେଷ କରି ରାସ୍ତା,ପାନୀୟ ଜଳ ,ଆବାସ ଯୋଜନା ଓ ମୋବାଇଲ ଟାୱାର ଆଦି ସଂପର୍କରେ ଅଭିଯୋଗ ହୋଇଥିଲା ା
ଏହି କାର୍ଯ୍ୟକ୍ରମ ରେ,,ଡିଏସ୍ଏସ୍ଓ ସନ୍ତୋଷ କୁମାର ନାଏକ ,ରେଢ଼ାଖୋଲ ଉପଜିଲ୍ଲାପାଳ ପବିତ୍ର ବେହେରା, ଆର୍ ଟିଓ,ସିଡିଏମ୍ଓ ,ତହସିଲଦାର ନାକଟିଦେଉଳ ସୁକାନ୍ତ ନାଏକ ବିଡିଓ ବିବେକା ନନ୍ଦ ସାହୁ,ଏବିଡ଼ିଓ ବିଦ୍ୟାଧର ରାଉତରାୟ, ନାକଟିଦେଉଳ ପଂଚାୟତ ସମିତି ଅଧ୍ୟକ୍ଷା ସ୍ବରୂପାରାଣୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ l ସରକାରଙ୍କ ସମସ୍ତ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ l ଏହି ଅବସରରେ ଜିଲ୍ଲପାଳଙ୍କ ଦ୍ୱାରା ଜଣଙ୍କୁ ଜଣଙ୍କୁ ହୁଇଲ ଚେୟାର,୨ଜଣଙ୍କୁ ଟ୍ରାଇ ସାଇକେଲ ,୧୬ ଜଣଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଜାତୀୟ ପରିବାର ମଙ୍ଗଳ ଯୋଜନାରେ ୨ ଜଣ ,ଦିବ୍ୟାଙ୍ଗ ପ୍ରମାଣପତ୍ର ୨ ଜଣଙ୍କୁ ପ୍ରଦାନ କରିଯାଇଥିଲା l ଏହି ଅବସରରେ ଜିଲାପାଳ ଡଇଁଚା ହାଇସ୍କୁଲ ତଥା ବ୍ଲକ୍ ର କେତୋଟି ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କରିବା ସହ ମେଗା ପ୍ରଜେକ୍ଟ ସଂପର୍କରେ ସଂପ୍ରୁକ୍ତ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ା