-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
22-Aug-2022
ସୁବର୍ଣ୍ଣପୁର,, ଗତକାଲି ରବିବାର ସନ୍ଧ୍ୟାରେ ଅଭିମନ୍ୟୁ କୁଶଳଙ୍କ ଅଧ୍ୟକ୍ଷତାରେ ଓ ସମସ୍ତ ସଭ୍ୟଙ୍କ ଉପସ୍ଥିତିରେ ନୂଆଁଖାଇ ଭେଟଘାଟ ଉତ୍ସବ(ପାହୁର ଯାତ୍ରା)ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ପ୍ରଭାସ ଲଜ ଠାରେ ଅନୁଷ୍ଠିତ ହୋଇଯାଇଛି l ନୁଆଁଖାଇ ର ଦୁଇଦିନ ପୂର୍ବରୁ ଏକ ପ୍ରଚାର ଗାଡି ମାଧ୍ୟମରେ ସହର ତଥା ଜିଲ୍ଲାରେ ନୁଆଁଖାଇ ଲଗ୍ନ ଓ ପାହୁର ଯାତ୍ରାର ବିଭିନ୍ନ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର କରିବା ପାଇଁ ସ୍ଥିର କରାଗଲା l ପାରମ୍ପରିକ ବାଦ୍ୟ ସହ ଏହି ବିଶାଳ ଶୋଭା ଯାତ୍ରାରେ ସମସ୍ତ ଜନସାଧାରଣ ସାମିଲ ହୋଇ ମା ଙ୍କ ଆର୍ଶୀବାଦ ନେବାକୁ ଅନୁରୋଧ କରାଯିବ l ଯାତ୍ରା ର ସମସ୍ତ ସଭ୍ୟ ଙ୍କୁ ଆର୍ଥିକ ସହାୟତା କରିବାକୁ, ଓ ଏ ବର୍ଷ ଯାତ୍ରାରେ କେବଳ ବାନା ବୈରଖ ଛତ୍ର ଓ ପାରମ୍ପରିକ ବାଦ୍ୟ ଯନ୍ତ ସହ ଯାତ୍ରା ପାଳନ ପାଇଁ ନିଷ୍ପତ୍ତି ନିଆଯାଇଛି l ସମସ୍ତ ସଭ୍ୟ ଓ ଭକ୍ତ ନୂଆ ବସ୍ତ୍ର ପରିଧାନ ସହିତ ଯାତ୍ରାରେ ସାମିଲ ହୋଇ ଜିଲ୍ଲା ର ଓ ବିଶ୍ୱ ର କଲ୍ୟାଣ ସକାଶେ ସହରର ଅଷ୍ଟଚଣ୍ଡୀଙ୍କ ଠାରେ ସାମୁହିକ ପ୍ରାର୍ଥନା କରିବାକୁ ନିଷ୍ପତ୍ତି ନିଆଗଲା l ସଭା ଶେଷରେ ଉପଦେଷ୍ଟା ଶ୍ରୀବତ୍ସ ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ କମିଟିର ସଦସ୍ୟ ସତ୍ୟନାରାୟଣ ତ୍ରିପାଠୀ, ଲଡ଼ୁକିଶୋର ମଲ୍ଲିକ, ମାନଭଞ୍ଜନ ବେଦବାକ, ଶାନ୍ତନୁ ବାଘ, ନାରାୟଣ ରଥ, ଆନନ୍ଦ ପାତ୍ର, ଶେଷଦେବ ମେହେର, ଦେବାଶିଷ ପଟ୍ଟନାୟକ, ସମୀର ଖଟୁଆ ଓ ମନୋରଞ୍ଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତାମତ ଦେଇଥିଲେ l