-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
26-Nov-2020
ବଲାଙ୍ଗିର, (ପ୍ରେରଣା ଖବର) - ଆଜି କରାଟେ କୋଚ ତଥା ଜିଲ୍ଲା ଯୁବ କୁଲୁତା ସମାଜର ସଭାପତି ଅସୀମ କୁମାର ଭୋଇ ସବୁ ଦିନ ପରି ଆଜିମଧ୍ୟ ରେଲୱେ ଷ୍ଟେସନ ଛକେର ଥିବା କରାଟେ ସ୍କୁଲ କୁ କରାଟେ ଶିକ୍ଷା ଦାନ ପାଇଁ ଯାଉଥିଲେ। ଯିବା ସମୟରେ ଷ୍ଟେସନ ଛକେରୁ ଖୁଜେନପାଲି ରାସ୍ତା କଡରେ ଏକ ସ୍ମାର୍ଟ ମୋବାଇଲ ଫୋନ ( INFINIXX660) ପାଇଥିଲେ। ଯାହାର ମୂଲ୍ଯ ହାରାହାରି ୧୩ ରୁ ୧୪ ହଜାର ଟଙ୍କା ହେବ। ପରେ ନିକଟସ୍ଥ ଲୋକମାନଙ୍କ ସହ ଯୋଗାଯୋଗ କରିବାପରେ ମଧ୍ୟ ମାବାଇଲ ଫୋନ କାହାର ଜଣାପଡିନଥିଲା। ପରେ ଶ୍ରୀ ଭୋଇ ଫୋନଟି ପାଇଥିବା ଶେସିଆଲ ମିଡିଆ ରେ ପ୍ରକାଶ କରିଥିଲେ। ପରେ ବଲାଙ୍ଗିର ଟାଉନ ଥାନା କୁ ଯାଇ IIC ସଂଗ୍ରାମ ପଟ୍ଟନାୟକ ଙ୍କ ଠାରେ ମୋବାଇଲ ଟିକୁ ଜିମା ଦେଇଥିଲେ। ଜିମା ଦେବା ସମୟରେ ସେକ୍ ମହମ୍ମଦ ୱାଇଦ, ମୁକେସ ବହିଦାର, ବଲରାମ ମିଶ୍ର ଓ ବିଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀ ଭୋଇ ଙ୍କ ଏଭଲି ମହତ କାର୍ୟ୍ଯ ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଉଛନ୍ତି।