-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
26-Nov-2020
ବଲାଙ୍ଗୀର,(ସନ୍ତୋଷ କୁମାର ଠାକୁର)- ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଜଜ୍ ଶ୍ୟାମସୁନ୍ଦର ଦାସଙ୍କ ନିର୍ଦ୍ଦେଶକ୍ରମେ ପ୍ରାଧିକରଣର ସଚିବ ଦେବାଶିଷ ଦାସଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆଇନ ଦିବସ, ମୌଳିକ କର୍ତ୍ତବ୍ୟ ଓ ସମ୍ବିଧାନ ଦିବସ ଉପଲକ୍ଷେ ଅନ୍ଲାଇନ୍ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସିଭିଲ ଜଜ୍(ଜୁନିୟର ଡିଭିଜନ)-କମ୍- ଜେଏମ୍ଏଫ୍ସି ଶ୍ରୀମତୀ ସସ୍ମିତା ସେଠୀ, ବଲାଙ୍ଗୀର ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ସଂଜୀବ ପ୍ରଧାନ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକୃଷ୍ଣ ସାହୁ ବିଭିନ୍ନ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ପରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଜଜ୍ ଙ୍କ ଅଧ୍ୟକ୍ଷତାରେ ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷା ପ୍ରଶ।।ନ୍ତ କୁମାର ଦାଶ, ଭିଜିଲାନ୍ସ ଜଜ୍ ଶ୍ରୀମତୀ ଅଜନ୍ତା ଷଡଙ୍ଗୀ,ଫେମେଲି ଜଜ୍ ପ୍ରଶାନ୍ତ ନାୟକ, ଏଡିଜେ(୧) ଦେବାଶିଷ ରାଉତ, ଏଡିଜେ(୨) ଶ୍ରୀମତୀ ପ୍ରଜ୍ଞାପରମିତା ରାଉତ, ସରୋଜ କୁମାର ଦାସ, ରେଜିଷ୍ଟରା ଅମିତ କୁମାର ବାରିକ, ସିଭିଲ ଜଜ୍(ସିନିୟର ଡିଭିଜନ)ସସ୍ମିତା ନନ୍ଦିନୀ ତ୍ରିପାଠୀ, ଏଡିସନାଲ ସିଭିଲ ଜଜ୍(ସିନିୟର ଡିଭିଜନ) ନସୀମା ତ୍ରିପାଠି, ସିଭିଲ ଜଜ୍(ଜୁନିୟର ଡିଭିଜନ) ସସ୍ମିତା ସେଠୀ, ଜେଏମ୍ଏଫ୍ସି ଅବିନାଶ ନନ୍ଦ, ସୌରଭ ସର୍ମା ଓ ଏସ୍ଜେଏମ୍ ରମେଶ ଚନ୍ଦ୍ର ରାୟଗୁରୁଙ୍କ ଉପସ୍ଥିତିରେ ସମ୍ବିଧାନର ମୁଖବନ୍ଧ ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସିଭିଲ କୋର୍ଟର କର୍ମଚାରୀ, ପ୍ରଧିକରଣର କର୍ମଚାରୀ, ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତର ଓକିଲ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।