-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
03-Oct-2026
ବିନିକା(ହିମାଂଶୁ ଶେଖର ପୁଟେଲ)ଆଜି ଶନିବାର ମାଁ ର ମମତା ପର୍ବ ପୁଅ ଜିଉଁତିଆ ।ପୁଅର ଶୁଭ ମନାସିବା ପାଇଁ ଉତ୍ସାହିତ ମାଁ ।ଏଥିପାଇଁ ସାରା ବିନିକା ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି।ସହର ଠାରୁ ପଲ୍ଲୀ ଯାଏ ସାରା ପଶ୍ଚିମ ଓଡ଼ିଶାରେ ଶ୍ରଦ୍ଧା ଓ ନିଷ୍ଠାର ସହ ପାଳିତ ହେବ ଏହି ପର୍ବ । ଏହାକୁ ଦୂତୀବାହନ ଓଷା ବା ଜୀମୂତବାହନ ବ୍ରତ ମଧ୍ୟ କୁହାଯାଏ । ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ମା'ମାନେ ନିଜ ପୁଅର ଦୀର୍ଘାୟୁ ଓ ମଙ୍ଗଳ କାମନା କରି ଏହି ନିର୍ଜଳା ଉପବାସ ପାଳନ କରନ୍ତି । ବନ୍ଧ୍ୟା,ପୁତ୍ରହରା ଓ ବିବାହିତା ମହିଳାମାନେ ମଧ୍ୟ ପୁତ୍ରଲାଭ ଆଶାରେ ଏହି ବ୍ରତ କରିଥାନ୍ତି ।
ଏହି ବ୍ରତର ବିଶେଷତ୍ୱ ହେଉଛି ଏହାର ତାନ୍ତ୍ରିକ ପଦ୍ଧତି । ଅଗଣାରେ ମାଟିରେ ତିନୋଟି ବର୍ଗାକାର ଯନ୍ତ୍ର ଖୋଳାଯାଏ, ଯନ୍ତ୍ରରେ ପାଣି ଦେଇ ଜିଆଁ ମାଛ ଛଡାଯାଏ ଏବଂ ମଧ୍ୟ ଭାଗରେ ମା' ଦୁର୍ଗାଙ୍କୁ ପ୍ରତିଷ୍ଠା କରାଯାଏ ।ପ୍ରତି ପୁଅ ପାଇଁ ୧୦୮ ଦୂବ,୧୦୮ ଅରୁଆ ଚାଉଳ,ସାତ ପ୍ରକାର ଫଳ ଓ ଫୁଲର ବିଡା ବାନ୍ଧି ଦୂତୀବାହନଙ୍କୁ ସମର୍ପଣ କରାଯାଏ । ମା'ମାନେ ଦିନ ସାରା ନିର୍ଜଳା ରହି ସନ୍ଧ୍ୟାରେ ଧୂପ-ଦୀପ ସହ ଦୂତୀବାହନ ପୁରାଣ ପାଠ କରନ୍ତି ଏବଂ ପରଦିନ ସକାଳେ ସେହି ବିଡାରେ ପୁଅକୁ ବନ୍ଦାଇ ଦୀର୍ଘାୟୁ କାମନା କରନ୍ତି ।ପୌରାଣିକ ମତରେ ଗନ୍ଧର୍ବ ରାଜା ଜୀମୂତବାହନ ନିଜ ଜୀବନ ଦେଇ ଏକ ନାଗ ପୁଅର ଜୀବନ ରକ୍ଷା କରିଥିଲେ,ଯାହା ଦେଖି ମା' ପାର୍ବତୀ ବର ଦେଇଥିଲେ ଯେ ଏହି ଦିନ ଉପବାସ କରୁଥିବା ମା' ର ପୁଅ ଶହେ ବର୍ଷ ବଞ୍ଚିବ । ସାମାଜିକ ଦୃଷ୍ଟିରୁ ଏହା ମା' ପୁଅର ନିବିଡ ସମ୍ପର୍କକୁ ସୁଦୃଢ କରିବା ସହ ପାରିବାରିକ ବନ୍ଧନକୁ ମଧ୍ୟ ମଜଭୁତ କରେ । ଏହି ପର୍ବ ପାଇଁ ବିନିକା ଅଞ୍ଚଳର ବିଭିନ୍ନ ବଜାରରେ ଆକର୍ଷଣୀୟ ଡିଜାଇନର ଜିଉଁତିଆ ସହିତ ଫଳ,ଫୁଲ ଓ ପୂଜା ସାମଗ୍ରୀର ଚାହିଦା ବୃଦ୍ଧି ପାଇଛି।
ପୁଅ ହେଉ କି ଝିଅ ହେଉ ଜନ୍ମ ଗ୍ରହଣ ଦିନଠୁଁ ମୃତ୍ୟୁ ପର୍ଯ୍ୟନ୍ତ ମା ର ମମତାରେ ବନ୍ଧିତ ରହିଥିବା ପର୍ବ ହେଉଛି ପୁଅ ଜୁଇନ୍ତିଆ ।ତେଣୁ ଏହି ପର୍ବ ପାଳନ କରିବା ସମସ୍ତଙ୍କ ପାଇଁ ଅପରିହାର୍ଯ୍ୟ । ଜନ୍ମଦାତ୍ରୀ ମା ଯେତେ ଝଡ଼ଝଞ୍ଛାର ସମ୍ଭୁଖିନ ହେଲେ ମଧ୍ୟ ପୁଅ ଝିଅର ଜୀବନ ସାରା ମଙ୍ଗଳ ପାଇଁ ଚେଷ୍ଟିତ ।ସାମାଜିକ ଦୃଷ୍ଟିରୁ ମା ପୁଅର ନିବିଡ ସମ୍ପର୍କକୁ ସୁଦୃଢ କରିବା ସହ ପାରିବାରିକ ବନ୍ଧନକୁ ଏହି ପର୍ବ ମଜଭୁତ କରିଥାଏ।
*******
ବିନିକା ପୁଅ ମାନଙ୍କର ଦୀର୍ଘାୟୁ,ସୁସ୍ଥ ଜୀବନ ଓ ସୁଖ-ସମୃଦ୍ଧି କାମନା କରି ମା'ମାନେ ପାଳନ କରନ୍ତି ଏହି ଜୁଇନ୍ତିଆ ବ୍ରତ । ପିଢ଼ି ପରେ ପିଢ଼ି ଚାଲି ଆସୁଥିବା ଏହି ପରମ୍ପରାର ପ୍ରତୀକ ଆଜି ମଧ୍ୟ ଓଡ଼ିଆ ସଂସ୍କୃତିରେ ନିଜର ସ୍ୱତନ୍ତ୍ର ସ୍ଥାନ ରଖିଛି।ଏହି ପବିତ୍ର ଦିନରେ ମା'ମାନଙ୍କର ଏକମାତ୍ର ପ୍ରାର୍ଥନା— “ମୋ ପୁଅ ସୁସ୍ଥ ରହୁ, ଦୀର୍ଘାୟୁ ହେଉ ଏବଂ ତା'ର ଜୀବନ ସୁଖ ଓ ସଫଳତାରେ ଭରିଯାଉ।”
xxxxxxx
ପୁଅ ଜିଉଁତିଆ ଓଡ଼ିଶାର ଏକ ପାରମ୍ପରିକ ଲୋକପର୍ବ ।ସନ୍ତାନର ସୁସ୍ଥତା ଓ ମଙ୍ଗଳ ପ୍ରାର୍ଥନା,ପାରିବାରିକ ମଙ୍ଗଳ ଓ ସମୃଦ୍ଧି କାମନା,ମାତୃତ୍ୱର ତ୍ୟାଗ ଓ ସ୍ନେହକୁ ପ୍ରକାଶ କରିବା ଏହି ପର୍ବର ମୂଳ ଲକ୍ଷ୍ୟ ।ପୁଅ ଜିଉଁତିଆ କେବଳ ଏକ ଧାର୍ମିକ ବ୍ରତ ନୁହେଁ,ଏହା ଓଡ଼ିଆ ଲୋକଜୀବନ,ନାରୀ-ପରମ୍ପରା ଓ ପାରିବାରିକ ସଂସ୍କୃତିର ଏକ ଅଂଶ।ଏହି ଦିନ ମା ମାନେ ପୁଅର ମଙ୍ଗଳ ଓ ଦୀର୍ଘାୟୁ ପାଇଁ ସାରା ଦିନ ଜଳ ସ୍ୱର୍ଶ ନକରି ଉପବାସ ରହି ଅତି ନିଷ୍ଟାର ସହିତ ଏହି ଓଷା ପାଳନ କରିଥାନ୍ତି।
xxxxxxxx
ମା ମାନେ ନିଜ ପୁଅ ମାନଙ୍କର ଦୀର୍ଘାୟୁ,ସୁସ୍ଥତା ଓ ମଙ୍ଗଳ କାମନା ପାଇଁ ଏହି ଓଷା ପାଳନ କରିଥାନ୍ତି।ପୁଅ ଜୁଇନ୍ତିଆ ପର୍ବ ଦିନ ମା ମାନେ ନିଷ୍ଠାପର ସହ ନିର୍ଜଳା ଉପବାସ ରହି ସନ୍ଧ୍ୟାରେ ବିଦି ବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରିଥାନ୍ତି । ତା ପରଦିନ ସକାଳେ ୧୦୮ ଦୁବ ଓ ଫୁଲ ଚଡ଼ାଇ ପୁଅର ଦୀର୍ଘାୟୁ ପାଇଁ ଭଗବାନଙ୍କ ଠାରେ ମା ମାନେ ପ୍ରାର୍ଥନା କରନ୍ତି।ପୁଅ ମଧ୍ୟ ମା ଠାରୁ ଆଶୀର୍ବାଦ ନେଇଥାଏ।ସ୍ନେହ,ଶ୍ରଦ୍ଧା ଓ ମା'ର ପଣତକାନିରେ ବାନ୍ଧି ରଖିବାର ଏହି ପର୍ବକୁ ବିଧି ପରମ୍ପରା ଅନୁଯାୟୀ ସମସ୍ତ ମା ମାନେ ପାଳନ କରିବା ଆବଶ୍ୟକ।
xxxxxxxxxx
ପୁତ୍ରବତୀ ମାଁ ମାନେ ପୁତ୍ରର କଲ୍ୟାଣ ପାଇଁ ଦ୍ୱିତୀୟ ଓଷା କରିଥାନ୍ତି ।ଅପୁତ୍ରିକ ନାରୀ ପୁତ୍ରର ଆଶାରେ ଓ ପୁତ୍ରବତୀ ନାରୀ ପୁତ୍ରର ଚନ୍ଦ୍ର ରିଷ୍ଟ ଖଣ୍ଡନ ପାଇଁ ଏହି ଓଷା ପାଳନ କରିଥାନ୍ତି।ପୋଖରୀ ତୁଠରେ ଚିଲ,ଶିଆଳଙ୍କ ଚିତ୍ର ଆଙ୍କି ଅଫାମାରଙ୍ଗ କାଠି ଦେଇ ସ୍ନାନ ସାରିଥାନ୍ତି ।ସନ୍ଧ୍ୟା ସମୟରେ ବିଧି ବିଧାନ ସହ ପୂଜାର୍ଚନା କରି ତା ପରଦିନ ପୁଅର ଦୀର୍ଘ ଜୀବନ ସୁଖମୟ ପାଇଁ ଦୁବ ଉତାରି ପ୍ରାର୍ଥନା କରନ୍ତି ।
xxxxxxxxx