-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
16-Aug-2022
ସିନ୍ଧେକେଲା (ଅନୀଲ କୁମାର ତ୍ରିପାଠୀ) : ପଶ୍ଚିମ ଓଡିଶାର ପ୍ରମୁଖ ଶୈବପୀଠ ତଥା ବଲାଙ୍ଗୀର ଜିଲ୍ଲାର ପ୍ରାଚୀନ ମନ୍ଦିର ସମୁହ ଓ ସାରା ଭାରତ ବର୍ଷର ଅନନ୍ୟ ୬୪ ଯୋଗିନୀପିଠ ବଙ୍ଗୋମୁଣ୍ଡା ବ୍ଲକର ରାଣୀପୁର ଝରିଆଲ ମନ୍ଦିର ସମୁହ ରେ ଉଡିଛି ଭାରତର ସମସ୍ତ ଜନସାଧାରଣ ଙ୍କ ହୃଦୟରେ ବାସ କରୁଥିବା ତ୍ରିରଙ୍ଗା ଜାତୀୟ ପତାକା। ସ୍ବାଧୀନତାର ୭୫ ବର୍ଷ ପୁର୍ତ୍ତୀ ଉପଲକ୍ଷେ ସାରା ଦେଶ ଆଜାଦୀକ ଅମୃତ ମହୋତ୍ସବ ପାଳନ କରୁଥିବାବେଳେ ଐତିହ୍ଯ ସମ୍ପନ୍ନ ଯୋଗିନୀପିଠ
ରାଣୀପୁର ଝରିଆଲ ରେ ୫୦ ଫୁଟ ଉଚ୍ଚ ହାଇମେକ୍ସ ରେ ସୁଉଚ୍ଚ ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ସମଗ୍ର ଓଡ଼ିଶାରେ କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗ ତରଫରୁ ୫ ଟି ସ୍ଥାନରେ ଜାତୀୟ ପତାକା ଲଗା ଯାଇଥିବା ବେଳେ ରାଣୀପୁର ଝରିଆଲ ରେ ବଲାଙ୍ଗୀର ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ ମୁଖ୍ଯ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିବା ବେଳେ ପୁର୍ବତନ ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ରାଜ୍ଯ ସଭାପତି କନକ ବର୍ଦ୍ଧନ ସିଂହଦେଓ , ପ୍ରତ୍ନତତ୍ତ୍ବ ବିଭାଗର ଏସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟ ପ୍ରତାପ କୁମାର ନାଏକ ,
ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା , ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣୀ ସୁନାନି, ମନ୍ଦିର ପରିଚାଳନା କମିଟିର ସଭାପତି ମାଣିକ ଚନ୍ଦ ଜୈନ, ଝରିଆଲ ସରପଞ୍ଚ ଭରଦ୍ବାଜ ଗହିର , ବିଜେପି ଜିଲ୍ଲା ସଭାପତି ସିବାଜୀ ମହାନ୍ତି, କଣ୍ଟାବାଞ୍ଜି ବିଜେପି ବିଧାୟକ ପ୍ରାର୍ଥୀ ଲକ୍ଷ୍ମଣ ବାଗ ପ୍ରମୁଖ ଐତିହାସିକ ପତାକା ଉତ୍ତୋଳନ ସମୟରେ ସାମିଲ ହୋଇଥିଲେ। ଅନ୍ୟମାନଙ୍କ ମଧ୍ଯରେ ପ୍ରତ୍ନତତ୍ତ୍ବ ବିଭାଗର ବୌଦ୍ଧ ଅଫିସ ଇନଚାର୍ଜ ଅରୁଣ କୁମାର ସ୍ବାଇଁ, ଯନ୍ତ୍ରୀ ସୁସାନ୍ତ ଗୋଚ୍ଛାୟତ , ଓ ଅନ୍ଯ ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀ ଯୋଗଦେଇ ଥିଲେ। କୌଣସି କାରଣ ବସତଃ ମୁଖ୍ଯ ଅତିଥି ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ କୈଳାସ ଚନ୍ଦ୍ର ମେହେର ଏବଂ ସମ୍ମାନୀତ ଅତିଥି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଳୁଜା ଏହି ଉତ୍ସବ ରେ ସାମିଲ ହୋଇ ପାରିନଥିଲେ। ପରେ ଲୋକଙ୍କ ଭାବାବେଗ ଓ ଦାବି କୁ ଦେଖି ବିଧାୟକଙ୍କ ପୁଅ ସେଜି ସିଂହ ସାଳୁଜା ପହଞ୍ଚି ଲୋକଙ୍କ ଗହଣରେ ପହଞ୍ଚି ଉତ୍ସବରେ ଯୋଗଦାନ କରିଥିଲେ। ଏହି
ଐତିହାସିକ ମୁହୁର୍ତ୍ତରେ ରାଣୀପୁର ଝରିଆଲ ମନ୍ଦିର କମିଟିର ଆବାହକ ଅନିଲ କୁମାର ତ୍ରିପାଠୀ, ଖିରସିନ୍ଧୁ ଭୋଇ, ମନ୍ଦିର ପୂଜକ ଜଗମୋହନ ତ୍ରିପାଠୀ, ମଞ୍ଜେସ ମେହେର, ଗୋପୀନାଥ ସାହୁ, ଅନିଲ ନାଏକ, କୃଷ୍ଣ ସାହୁ ,କିଶୋର ସାହୁ , ଯୁବରାଜ ବାଗ, ନିତ୍ୟାନନ୍ଦ ପୃଷେଠ , ହେମନ୍ତ ସାହୁ , ନୌରାଜ ରଣା , ଗଣମାଧ୍ୟମ ପ୍ରତିନିଧି ମାନଙ୍କ ମଧ୍ଯରେ ରଶ୍ମିରଞ୍ଜନ ପୁଟେଲ, ଅନ୍ତିମ ପାଣିଗ୍ରାହୀ, ଅଶୋକ ଭୋଇ , ଟିଟିଲାଗଡ ଡିଏଭି ଅଟୋନୋମସ ମହାବିଦ୍ୟାଳୟର ଏନଏସଏସ ଛାତ୍ର ଛାତ୍ରୀ, ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ କଲେଜ ଛାତ୍ରଛାତ୍ରୀ ଓ ଅଧ୍ୟାପକ ପ୍ରମୁଖ ଉପସ୍ଥିତ ଥିଲେ। ଏ ଅଞ୍ଚଳରେ ଯୋଗିନୀପିଠ ପାଇଁ ଲୋକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ଭାବାବେଗ ରହିଥିବାରୁ ବହୁ ସଂଖ୍ୟାରେ ଲୋକ ସ୍ୱତଃପ୍ରବୃତ୍ତ ଭାବେ ଯୋଗଦେଇ ଥିଲେ।