-+91-9937148622 |

prerana_bgr@rediffmail.com |

  Tuesday 13th October 2026 |

| | | |

R.N.I. Regd No. ODIODI/2010/46693

Breaking News

ତୁଷୁରାରେ ମହାରାଜା ଅଗ୍ରସେନଜୀଙ୍କ ଜୟନ୍ତୀ ପାଳିତ   (13-Oct-2026)       ||      ମା କୁଶଙ୍ଗାଇ ପୀଠ ନବରାତ୍ରିରେ ଚଳଚଞ୍ଚଳ   (13-Oct-2026)       ||      ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (13-Oct-2026)       ||      ଭାରତ ବିକାଶ ପରିଷଦ ଦ୍ଵାରା (ଶିକ୍ଷା ବର୍ଷ ୨୦୨୬) ପାଇଁ ଶ୍ରେଷ୍ଠ ଛାତ୍ର ଓ ଶ୍ରେଷ୍ଠ ଶିକ୍ଷୟିତ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ଓମ ଭ୍ୟାଲି ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ର    (13-Oct-2026)       ||      ଆଗଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମ ଧାମରେ ପାଳିତ   (13-Oct-2026)       ||      ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ    (12-Oct-2026)       ||      *ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   (12-Oct-2026)       ||      ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   (12-Oct-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   (12-Oct-2026)       ||      *ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   (12-Oct-2026)       ||      ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ    (12-Oct-2026)       ||      ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   (12-Oct-2026)       ||      *ଜଳ ଯୋଗାଣ ଅଧିକାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ ସରପଞ୍ଚ*   (12-Oct-2026)       ||      *ଦୁଷ୍କର୍ମ ଅଭିଯୁକ୍ତ କୁ 20 ବର୍ଷ ସଶ୍ରମ କାରାଦଣ୍ଡ*   (12-Oct-2026)       ||      ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ, ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ବାଟ ଫିଟିଲା   (12-Oct-2026)       ||      ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ    (12-Oct-2026)       ||      *ନବରଙ୍ଗପୁର ଜିଲ୍ଲାରେ ଦଶହରା ପୂର୍ବରୁ ଚାନ୍ଦା ଆଦାୟ କରି ବୁଲୁଛନ୍ତି ମାଳମାଳ ନକଲି ସାମ୍ବାଦିକ*   (12-Oct-2026)       ||      *ବୈଦିକ ବିଦ୍ୱାନ ବ୍ରଜ ବିହାରୀ ଙ୍କ ୧୦୬ ତମ ଜୟନ୍ତୀ ସମାରୋହ ଅନୁଷ୍ଟିତ*-   (12-Oct-2026)       ||      କୁରସୁଡରେ ମାଁ ଦୁର୍ଗା ପୂଜା ଆରମ୍ଭ   (12-Oct-2026)       ||     

HOME   ଜିଲ୍ଲା

କୁଳ ଉଛୁଳୁଛି ମହାନଦୀର ବନ୍ୟା ପାଣି ,ଲୋକେ ଆତଙ୍କିତ(ତଳି ଅଞ୍ଚଳ ଗ୍ରାମକୁ ପଶିଲା ବନ୍ୟା ପାଣି,ଶତାଧିକ ଚାଷ ଜମି ଜଳମଗ୍ନ)

14-Aug-2022



ବିନିକା(ହିମାଂଶୁ ଶେଖର ପୁଟେଲ) ଗତ ୮ ଦିନ ହେଲା ପ୍ରବଳ ବର୍ଷା ଓ ଗତକାଲି ହୀରାକୁଦ ଜଳଭଣ୍ଡାରରୁ ୩୬ଟି ଗେଟ ଯୋଗେ ଜଳ ନିଷ୍କାସନ ହେବାପରେ ବିନିକା ଦେଇ ପ୍ରବାହିତ ମହାନଦୀରେ ଅଟାଳ ତାଳ ପାଣି ଫୁଲିଉଠି କୂଳ ଉଛୁଲୁଛି । ମହାନଦୀକୁ ସଂଯୋଗ କରୁଥିବା

ନଦୀ,ନାଲ,ନାଲିଆ,ଜୋରରେ ଭରପୁର ପାଣି ପ୍ରବାହିତ ହୋଇ ମହାନଦୀରେ ମିଶୁଥିବାରୁ ମହାନଦୀର ପାଣି ଆହୁରି ମାତ୍ରାରେ ବଡ଼ିବାରେ ଲାଗିଛି l ପାଣି ବଡୁଥିବା ଯୋଗୁଁ ନଦୀ କୁଳିଆ ଲୋକେ ଏକ ପ୍ରକାର ଆତଙ୍କିତ ଅବସ୍ଥାରେ ଜୀବନ ବିତାଉଥିବା ଜଣାପଡିଛି l ସୂଚନା ଯୋଗ୍ୟଯେ ୧୯୮୨ମସିହା ଠାରୁ ଅଦ୍ୟାବଧି ପ୍ରାୟ ୭/୮ଥର ମହାନଦୀରେ ପ୍ରଳୟଙ୍କରୀ ବନ୍ୟା ଆସିଛି l ବନ୍ୟା ସମୟରେ ବର୍ଷାପାଣି ନିଷ୍କାସନ ହୋଇ ନ ପାରିବା ଓ ମହାନଦୀରେ ବନ୍ୟାପାଣି ବିନିକା ବିଜ୍ଞାପିତ ପରିଷଦ ଅଧିନସ୍ତ ଗାଁ ମାନଙ୍କରେ ଓ ସହରର ବିଭିନ୍ନ ତଳିଆ ସ୍ଥାନକୁ ମାଡି ଆସିବା ଯୋଗୁଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥାଏ l ବିନିକା ସହର ସମେତ ପର୍ଯ୍ୟଟନ ସ୍ଥଳୀ ପlପକ୍ଷୟ ଘାଟ,ରହିଲା,ଭମରପାଲି, ଗୋଲାପଡ଼ା ଓ ବ୍ଲକ ଅଞ୍ଚଳର ମନିଗାଁ,ଝରlପଡ଼ା, ଗନେଷପୂର୍, ସେଲେଡି, ତୁଲୁଣ୍ଡୁପାଲି ଝରlପଡ଼ା,ଗରିଆପାଲି, କରତଂଙ୍ଗ, ଘୋଡ଼ାଧର,ପଣ୍ଡକିତାଳ ପ୍ରଭୃତି ଗାଁ ମାନଙ୍କରେ ବନ୍ୟା  ପାଣି ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଥlଏ l ଏଥର ମହାନଦୀରେ ବନ୍ୟା ଆଶଙ୍କା ସେଭଳି ନ ଥିଲେବି ପୂର୍ବରୁ ଘଟିଯାଇଥିବା ବନ୍ୟାର ତାଣ୍ଡବ ଲୀଳା ଅଙ୍ଗେ ନିଭାଇି ଆସିଥିବା ନଦୀକୂଳିଆ ଗାଁ ଲୋକେ ଭୟଭୀତ ହୋଇ ପଡିଛନ୍ତି l ନଦୀ କୁଳିଆ ଗାଁ ମାନଙ୍କରେ  ପଥର ଆଡ଼ିବନ୍ଧ ନିର୍ମାଣ କରାଯିବାକୁ ଦୀର୍ଘବର୍ଷ ହେଲା ଦାବି ହୋଇ ଆସୁଛି l ହେଲେ ଏନେଇ କୌଣସି ପଦଷେପ ନିଆ ଯାଉ ନ ଥିବାରୁ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଡ଼ିବlରେ ଲାଗିଛି l ବିଶେଷ କରି ଅଙ୍ଗନଦି ଓ ମହାନଦୀ ମୁହାଣରେ ଥିବା ଗ୍ରାମବାସୀଙ୍କ ଅବସ୍ଥା କହିଲେ ନସରେ l କାରଣ ଏମାନେ ବିପଦକୁ ବାଜି ଲଗାଇ ବନ୍ୟାର ସମ୍ଭୁଖିନ ହୋଇଥାନ୍ତି lଅନ୍ୟ ପକ୍ଷରେ ମହାନଦୀରେ ବନ୍ୟା ପାଣି ପ୍ରବାହିତ ହେବାରୁ ବିନିକା ରାମପୁର ରାସ୍ତାର ମଗର କୁଣ୍ଡା ବ୍ରିଜ ଉପରକୁ ପାଣି ଝଲସୁଛି l  ସେହିପରି ଗୋଲାପଡl ଗ୍ରାମର ତଳିଅଞ୍ଚଳ,ସିନ୍ଦୂରପୁର ପଞ୍ଚାୟତ ର ଝରାପଡ଼ା,ସେଳେଡି ପଞ୍ଚାୟତର ଝରାପଡ଼ା ଆଦି ଅଞ୍ଚଳ ସାରା ପାଣି ମାଡି ଯାଇଥିବାରୁ ଶହଶହ ହେକ୍ଟର ଚାଷ ଜମି ପାଣିରେ ବୁଡି ରହିଛି । ସେହିପରି ବିନିକା ଯୋଗେଶ୍ୱର ମନ୍ଦିର ପଟଦେଇ ଗୁଳାପଡ଼ାକୁ ଯାଇଥିବା ରାସ୍ତାରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ିଛି l ଯଦି ବର୍ଷା ଲlଗିରୁହେ ଓ ହୀରାକୁଦ ଜଳଭଣ୍ଡାରରୁ ଅଧିକା ଗେଟ ଖୋଲାଯାଏ ତେବେ ବିନିକା ଅଞ୍ଚଳରେ ବନ୍ୟା ପରିସ୍ଥିତି ପୂର୍ବଭଳି ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି l ଖବର ପାଇ ତ୍ୱରିତ ପୂର୍ବତନ ମନ୍ତ୍ରୀ ତଥା ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ବିନିକା ଗସ୍ତରେ ଆସି ବନ୍ୟା ପାଣି ମାଡିଥିବା ୨/୩ନଂ ୱାର୍ଡର ବିଭିନ୍ନ ସ୍ଥାନ ବୁଲି ଲୋକଙ୍କ ସହିତ

କଥାବାର୍ତ୍ତା ହୋଇଥିଲେ ।ବନ୍ୟାରେ ପ୍ରଭାବିତ ଲୋକଙ୍କ ସମସ୍ୟା ସମାଧାନ ଦିଗରେ ତ୍ୱରିତ ପଦକ୍ଷେପ ନେବାପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଗସ୍ତ ଅବସରରେ ନଗରପାଳ ସୁବାସ ଚନ୍ଦ୍ର ଭୋଇ, ଉପନଗରପାଳ ତପସ୍ୱିନୀ ମେହେର,କାର୍ଯ୍ୟନିର୍ବାହୀ  ଅଧିକାରୀ ଶ୍ରୀକୁମାର ରଥ,ବିଜେଡ଼ି ନଗର ସଭାପତି ସୋମନାଥ ମିଶ୍ର, ହାଡୁ ମେହେର, ପୀତବାସ ମେହେରଙ୍କ ସମେତ ପରିଷଦର  କାଉନସିଲର,କର୍ମଚାରୀ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ତୁଷୁରାରେ ମହାରାଜା ଅଗ୍ରସେନଜୀଙ୍କ ଜୟନ୍ତୀ ପାଳିତ   13-Oct-2026
  ଜିଲ୍ଲା  
ମା କୁଶଙ୍ଗାଇ ପୀଠ ନବରାତ୍ରିରେ ଚଳଚଞ୍ଚଳ   13-Oct-2026
  ଜିଲ୍ଲା  
ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   13-Oct-2026
  ଜିଲ୍ଲା  
ଭାରତ ବିକାଶ ପରିଷଦ ଦ୍ଵାରା (ଶିକ୍ଷା ବର୍ଷ ୨୦୨୬) ପାଇଁ ଶ୍ରେଷ୍ଠ ଛାତ୍ର ଓ ଶ୍ରେଷ୍ଠ ଶିକ୍ଷୟିତ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ଓମ ଭ୍ୟାଲି ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ର   13-Oct-2026
  ଜିଲ୍ଲା  
ଆଗଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମ ଧାମରେ ପାଳିତ   13-Oct-2026
  ଜିଲ୍ଲା  
ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   12-Oct-2026
  ଜିଲ୍ଲା  
*ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   12-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   12-Oct-2026
  ଜିଲ୍ଲା  
ଟିଟିଲାଗଡ଼ ଲାୟନ୍ସ କ୍ଲବ୍ ପକ୍ଷରୁ ନବଜାତ ଶିଶୁଙ୍କୁ ମାତୃଶିଶୁ ହସ୍ପିଟାଲରେ କିଲକାରୀ କିଟ୍ ବଣ୍ଟନ   12-Oct-2026
  ଜିଲ୍ଲା  
*ବିଗୁଲ ଟିଭି ର ପଞ୍ଚମ ବାର୍ଷିକ ଉତ୍ସବ ଓ ନୂଆଁ ଖାଇ ଭେଟ ଘାଟ କାର୍ଯ୍ୟ କ୍ରମ*- *ପ୍ରକାଶିତ ହେଲା ବିଗୁଲ ପ୍ରଭା ସାପ୍ତାହିକ ପତ୍ରିକା*   12-Oct-2026
  ଜିଲ୍ଲା  
ବିଜେଡିର ଜନସମ୍ପର୍କ ପଦଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି   12-Oct-2026
  ଜିଲ୍ଲା  
ଟ୍ରାକ୍ଟର ପଛ ପଟେ ପିଟି ହୋଇ ୨ଜଣଙ୍କ ମୃତ୍ୟୁ   12-Oct-2026

You Might Also Like