-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
14-Aug-2022
ବରଗଡ଼: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରାଦେଶ ଆଜାଦି କି ଅମୃତ ମହୋତ୍ସବ ପାଳନ କରୁଛି । କେବଳ ଯେ ଆମେ ତ୍ରିରଙ୍ଗା ପତାକା ଧରି ଉତ୍ସବ ପାଳନ କରିଦେଲେ ହେବନାହିଁ । ଆମେ ଆମ ସମାଜ ପ୍ରତି ଯତ୍ନବାନ ହେବାକୁ ପଡିବ । ବିଶ୍ୱରେ ଉନ୍ନତିର ଶୀର୍ଷରେ ପହଞ୍ଚିଥିବା ଦେଶକୁ ଯଦି ଆମେ ପରିଲକ୍ଷିତ କରିବା ସେଥିରୁ ବେଶ ଭଲ ଭାବେ ଜଣା ପଡିବ ଯେ ଯେଉଁ ଦେଶର ଶିକ୍ଷାରେ ଉନ୍ନତ ସେହି ଦେଶ ହିଁ ଆଗେଇ ଯାଇଛି, ଯାଉଛି ଆଡ଼କୁ ଆଗକୁ । ଆଜିର ଶିଶୁ କାଲି ର ଭବିଷ୍ୟତ । ଆମେ ଆଜି କଣ ହେଇଛୁ କିଭଳି ଅଛୁ ସେସବୁକୁ ଭୁଲି କିଭଳି ଆମର ଆଗାମୀ ପିଢ଼ି ଶିକ୍ଷାକ୍ଷେତ୍ରରେ ଆଗେଇବେ ସେଥିପ୍ରତି ଆମେ ସମସ୍ତେ ମିଳିମିଶି ଏକ ମିଶନ ଭାବି କାର୍ଯ୍ୟ କରିବା । ଆଜି ଭାରତର ଶୁଭ ଦିନ ଏହି ଶୁଭ ଦିନ ଅବସରରେ ଶୁଭ କାର୍ଯ୍ୟ କରିବା ପାଇଁ ସଭ୍ୟ ସମାଜକୁ ଆଗକୁ ଆସିବାକୁ ପଡିବ । ଭାରତ ସ୍ୱାଧୀନତା ପାଇଥିଲେ ମଧ୍ୟ ଅର୍ଥ ଅଭାବରୁ ଅନେକ ଗରିବ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷାଲାଭ କରିବାରୁ ବଞ୍ଚିତ ହେଉଛନ୍ତି । ଆଜିକାଲିର ସ୍ୱାର୍ଥପର ଦୁନିଆରେ କିଏ ବା କାହାର ଦୁଃଖ ବୁଝୁଛି । ସମସ୍ତେ ନିଜ ନିଜ ସ୍ୱାର୍ଥ ହାସଲ କରିବାରେ ବ୍ୟସ୍ତ ଅଛନ୍ତି । ଆଜିର ଏ ସ୍ୱାର୍ଥପର ଦୁନିଆରେ ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ରାଇସଲ ପଦର ଗ୍ରାମର ସରପଞ୍ଚ ବିଳାସିନୀ ସାହୁ ନିଜର ସ୍ୱାର୍ଥକୁ ନଦେଖି କିଭଳି ନିଜ ପଞ୍ଚୟତର ଛାତ୍ରଛାତ୍ରୀମାନେ ଶିକ୍ଷା ଲାଭରୁ ବଞ୍ଚିତ ନ ହେବେ ସେଥିପାଇଁ ନିଜେ ପାଉଥିବା ଦରମାକୁ ଗରିବ ମେଧାବୀ ଛତାଛାତ୍ରୀମନଙ୍କୁ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ସରକାର ଅନେକ ଯୋଜନା କରିଛନ୍ତି । ସେଥିରୁ ଅନେକ ଛାତ୍ରଛାତ୍ରୀ ଲାଭବାନ ହେଉଛନ୍ତି ତଥାପି ନିଜ ସ୍ୱଳ୍ପ ଦରମାରେ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିବା ପାଇଁ ମନ ବଲାଇଛନ୍ତି । ସେଥିପାଇଁ ନିଜକୁ ଧନ୍ୟ ମନେ କରୁଛି ବୋଲି ସରପଞ୍ଚ ବିଳାସିନୀ ସାହୁ ମତବ୍ୟକ୍ତ କରିଛନ୍ତି । ଆହୁରି ସେ କହିଛନ୍ତି କି ସମସ୍ତେ ନିଜ ନିଜ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ସାହଯ୍ୟ କଲେ ଆହୁରି ଶିକ୍ଷାର ବିକାଶ ହେବ । ଶିକ୍ଷା ବଢିଲେ ଦେଶ ବଢିବ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ତାଙ୍କର ଏଭଳି ନିଷ୍ପତ୍ତିକୁ ଅଞ୍ଚଳବାସୀ ବେଶ ପ୍ରଶଂସା କରିଛନ୍ତି ।