-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
14-Aug-2022
ନାକଟିଦେଉଳ(କନ୍ଦର୍ପ ବେହେରା) -ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅନ୍ତର୍ଗତ ସୁକାକାନୀ ଗ୍ରାମରେ କିଶୋର ଯୋଜ (25)ଗତ ରାତିରେ ଶୋଇଥିବା ବେଳେ ଏକ ବିଷଧର ସାପ କାମୁଡି ଦେଇଥିଲା l ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରେଢ଼ାଖୋଲ ଡାକ୍ତରଖାନା କୂ ଅଣାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା l ଘଟଣା ସମ୍ପର୍କରେ ସୂଚନା ପାଇ କିସିଣ୍ଡା ପୋଲିସ ରେଢ଼ାଖୋଲ ଡାକ୍ତରଖାନା ରେ ପହଂଚି ଶବର ସରଜମୀନ ତଦନ୍ତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ପଠେଇଥିଲା l ତେବେ ଶବ ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇଥିବା ପୋଲିସ ପ୍ରକାଶ କରିଛି l ମୃତ କିଶୋର ଙ୍କ ପରିବାର ଅତ୍ୟନ୍ତ ଗରିବ ଥିବାବେଳେ ଏବଂ ତାଙ୍କର ତିନୋଟି ଛୋଟ ଛୋଟ ଛୁଆ ଥିବାରୁ ଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି l