-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
14-Aug-2022
ବରଗଡ଼:-ବିଭିନ୍ନ ସମୟରେ ଅସହାୟ ଲୋକଙ୍କୁ ସହାୟତା କରି ଚର୍ଚ୍ଚା ରେ ଥିବା ପାଇକମାଲ ଅଞ୍ଚଳର ସ୍ବେଚ୍ଛାସେବୀ ଦୀପା ବାରିକ ନିଜ ପୋଷ୍ୟ ସ୍କୁଲର ପିଲାମାନଙ୍କ ପାଇଁ ପ୍ରଶାସନ ସହିତ କରୁଥିବା ସଂଘର୍ଷ ପ୍ରେରଣାଦାୟୀ ହୋଇପାରିଛି.
ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଣି ପଶିଯାଉଥିବା ଯୋଗୁଁ ଛାତ୍ରଛାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ. ଏହି ବିଷୟରେ ସ୍ଥାନୀୟ ସ୍ବେଚ୍ଛାସେବୀ ତଥା ଉକ୍ତ ବିଦ୍ୟାଳୟକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଥିବା ଦୀପା ବାରିକ ଅବଗତ ହେବା ପରେ ଉକ୍ତ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଥିଲେ. ସେ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଜଣେଇବା ସହ ପଦ୍ମପୁର ଉପଜିଲ୍ଲାପାଳ ତ୍ରିଲୋଚନ ପାତ୍ରଙ୍କୁ ଫୋନ ମାଧ୍ୟମରେ ଜଣେଇଥିଲେ ତେଣୁ ଏହି ଘଟଣାକୁ ଗୁରୁତ୍ୱ ଦେଇ ପାଇକମାଲ ବିଡିଓ ଦେବାଶିଷ ସିଂହା ଙ୍କ ସମେତ ଜିପିଇଓ ପାଣିଗ୍ରାହୀ ଏବଂ ଡବ୍ଲୁଇଓ ପାଇକମାଲ ଟେମରି ସ୍କୁଲକୁ ପରିଦର୍ଶନ କରିବା ସହ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି।ଦୀପାଙ୍କ ଏହି ପ୍ରୟାସକୁ ଟେମରି ଗ୍ରାମର ଅଭିଭାବକ ବୃନ୍ଦ ଉଚ୍ଚ ପ୍ରଶଂସା କରିଛନ୍ତି