-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
14-Aug-2022
ବରଗଡ଼:-ଚିରମରୁଡ଼ି ପ୍ରପୀଡ଼ିତ ଅଞ୍ଚଳ ଭାବେ ବରଗଡ ଜିଲ୍ଲା ଏବେକାର ସମୟ ରେ ମୁଣ୍ଡଟେକି ସାରିଛି ।ସମୟ ଥିଲା ବରଗଡ ଜିଲ୍ଲା ଭାତହାଣ୍ଡି ରୂପେ ସମଗ୍ର ଦେଶ ରେ ବିବେଚିତ ଥିଲା ।ହେଲେ ପ୍ରତିବର୍ଷ ମରୁଡ଼ିର କରାଳ ଆର୍ତ୍ତନାଦ ରେ ଚାଷୀ ର ମେରୁଦଣ୍ଡ ଭାଙ୍ଗି ସାରିଛି । କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମା ସହାୟତା ପ୍ରଦାନରେ ଅହେତୁକ ବିଳମ୍ବ, ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ଚାଲିଥିଲା ଜିଲ୍ଲା ପ୍ରଶାସନ । ବରଗଡ଼ ଜିଲ୍ଲାର ଅନେକ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଅଦ୍ୟାବଧି ୨୦୨୧ ଖରିଫ ଫସଲକ୍ଷତିର ବୀମା କ୍ଷତିପୂରଣ ରାଶି ମିଳିପାରିନି। ଚାଷୀମାନେ ବୀମା କମ୍ପାନୀ ଏବଂ ପ୍ରଶାସନର ବାରମ୍ବାର ଦୃଷ୍ଟି
ଆକର୍ଷଣ ସତ୍ତ୍ବେ କିଛି ସୁଫଳ ମିଳି ନାହିଁ। ଏହାର ପ୍ରତିବାଦ ସ୍ବରୂପ ରାଜବୋଡାସମ୍ବର କୃଷକ ସଂଗଠନର ନେତୃତ୍ୱରେ ଗତକାଲି ରେଳରୋକୋ ଆନ୍ଦୋଳନ ଜୋରଦାର ହୋଇଛି। ବରଗଡ଼ ରୋଡ ରେଳଷ୍ଟେସନ ନିକଟ ରେଳ ଧାରଣା ଉପରେ ଚାଷୀମାନେ ବସିଛନ୍ତି। ଫଳରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ବୀମା କ୍ଷତିପୂରଣ ପ୍ରଦାନ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀମାନେ ସରକାରଙ୍କୁ ଚେତାବନୀ ଦେଇଛନ୍ତି।