-+91-9937148622 |
prerana_bgr@rediffmail.com |
Tuesday 13th October 2026 |
R.N.I. Regd No. ODIODI/2010/46693
Breaking News
14-Aug-2022
ମୁରିବାହାଲ: ମୁରିବାହାଲ ତହସିଲ ଅନ୍ତର୍ଗତ ହଳଦୀ ଗ୍ରାମ ପାଞ୍ଚୟତ ର ଚାଷୀ ବୃନ୍ଦ ଗତ ୨୦୨୧ ଫସଲବୀମା ରାଶି ପାଇବାକୁ ଯୋଗ୍ୟ ଥାଇ ମଧ୍ୟ ଚାଷୀ ବୃନ୍ଦ ଏ ପର୍ଯ୍ୟନ୍ତ ବୀମା ରାଶି ପାଇନଥିବାରୁ ରାଜ ରାସ୍ତା ଅବରୋଧ କରିବାପାଇଁ ସ୍ଥିର ହୋଇଛି |ହଳଦୀ ସମିତି ସଭ୍ୟ ଟୁନାମଣି ମହାନନ୍ଦଙ୍କ ଅଧ୍ୟକ୍ଷତା ରେ ଶୁକ୍ରବାର ଦିନ ମୁରିବାହାଲ ତହସିଲଦାର, ପୁଲିସ ଏବଂ କୃଷି ଅଧିକାରୀଙ୍କୁ ବୀମା ରାଶି ନ ମିଲିବାରୁ ବାଧ୍ୟ ହୋଇ ୫୯ନଂ ରାଜରାସ୍ତା ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଅବରୋଧ କରିବାପାଇଁ ଜଣାଇଛନ୍ତି |ହଳଦୀ ଗ୍ରାମ ପଞ୍ଚାୟତ ଅଧିକାଂଶ ଜମି ବର୍ଷା ପାଣିର ଭରସା ରେ ଚାଷ କରାଯାଇଥାଏ।ଏହି ଅଂଚଳରେ ଜଳ ସେଚନ ର କୌଣସି ସୁବିଧା ନ ଥିବା ବେଳେ |ଗତ ବର୍ଷ ବର୍ଷାପାଣି ଅସମୟରେ ହୋଇଥିଲା ଯାହା ଚାଷ ଉପଯୋଗୀ ହୋଇନଥିଲା |କେତେ ସ୍ଥାନରେ ଚାଷ କାମ ଆରମ୍ଭ ହୋଇଥିବାବେଳେ କେତେ ସ୍ଥାନରେ ଆରମ୍ଭ ହୋଇ ପାରିନଥିଲା |ଏଥି ପାଇଁ ଚାଷୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ |ସରକାର ପ୍ରଧାନମନ୍ତ୍ରୀ ଫସଲବୀମା ସୁବିଧା ଉଠାଇବାପାଇଁ ଅନେକ ଚାଷୀ ଗତବର୍ଷ ଫସଲବୀମା କରିଥିଲେ |ହଳଦୀ ଗ୍ରାମ ପଞ୍ଚାୟତ ମରୁଡି ପୀଡିତ ତାଲିକାରେ ଥାଇ ମଧ୍ୟ ଚାଷୀଙ୍କୁ ଅଣଦେଖା କରିଛନ୍ତି |କମ୍ପାନୀ ଓ ସରକାର ଙ୍କ ମଧୁଚନ୍ଦ୍ରିକାଯୋଗୁ ଚାଷୀ ହତାଶ ହୋଇ ପଡିଛନ୍ତି |ସରକାରଙ୍କ ନିୟମାନୁଯାୟୀ ଅପ୍ରେଲ ମାସ ସୁଦ୍ଧା ବୀମାରାଶୀ ଚାଷୀମାନେ ପାଇବା ନିୟମ ଅଛି କିନ୍ତୁ ଏ ବର୍ଷର ଫସଲ ବୀମା ସମୟ ଗଲାପରେ ମଧ୍ୟ ଗତବର୍ଷ ବୀମା ରାଶୀ ମିଳିନାହିଁ|ହଳଦୀ ଗ୍ରାମ ପଞ୍ଚାୟତ ଚାଷୀ ବୃନ୍ଦ ତା ୧୧.୦୭.୨୨ ଅନୁଷ୍ଠିତ ବଙ୍ଗୋମୁଣ୍ଡା ବ୍ଲକ ଗ୍ରୀଭାନ୍ସ ଠାରେ ଭେଟିବା ସମୟରେ ପ୍ରଧାନ ମନ୍ତ୍ରୀ ଫସଲ ବିମା ରାଶି ପାଇବା ଇଲିଯିବୁଲ ତାଲିକାରେ ଅଛି ଅତି ଶୀଘ୍ର ମିଳିଯିବ ବୋଲି ପ୍ରତିଶୃତି ଦେଇଥିଲେ | ହେଲେ ଆଜି ପର୍ଯ୍ୟନ୍ତ ଉକ୍ତ ବୀମା ରାଶି ମିଳିନଥିବାରୁ ଶେଷ ରେ ଚାଷୀ ହତାଶ ହୋଇ ନିରୁପାୟ ହୋଇ ୫୯ ନମ୍ୱର ହଳଦୀ ରାଜା ରାସ୍ତାକୁ ୧୬/୦୮/୨୨ ମଙ୍ଗଳବାର ଦିନ ହଳଦୀ ଛକ ରେ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଅବରୋଧ କରି ବିରୋଧ ପ୍ରଦର୍ଶନ କରିବାପାଇଁ ସ୍ଥିର କରା ଯାଇଥିବା ଲିଖିତ ଆକାରରେ ଉପଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଟିଟିଲାଗଡ଼,ସ୍ଥାନୀୟ ତହସିଲଦାର ସୁନାଲି ପାତ୍ର, କୃଷି ବିଭାଗ ଏବଂ ମୁରିବାହାଲ ଥାନାରେ ଲିଖିତ ଆକାରରେ ଦେଇଛନ୍ତି| ହଳଦୀ ଗ୍ରାମ ପଞ୍ଚାୟତ ହଳଦୀ ସରପଞ୍ଚ ସୌ ଦାମିନା ସେଠ ଚାଷୀ ବୃନ୍ଦ ବ୍ୟାସଧର ପଧାନ, ସୁଶାନ୍ତ ପଧାନ, ଶଶୀକାନ୍ତ ମହାନନ୍ଦ,ଅଶୋକ କୁମାର କମ୍ପ, ବିରଞ୍ଚି ଛୁରା, ଲକ୍ଷ୍ମୀ ଧର କରୁଆଁ, ଖୁସିରାମ ଭୋଇ, ବନମାଳୀ ଛୁରା, ରମେଶ କୁମ୍ଭାର,ସମନାଥ ମହାନନ୍ଦ, ମନୋରଞ୍ଜନ ବାଗ, ମୁନିରାମ ହାତୀ, ଅନୁପ କୁମାର ସେଠ, କୈଳାସ ବିଭାର, ଚତୃ ବିଭାର, ଅଂଶୁ ଛତ୍ରିଆ, ବିପିନ ଜାଲ, ଶୁଶାନ୍ତ ନାୟକ, ପୃଥ୍ୱୀରାଜ ଦୀପ, ଦେବସଙ୍କର ମହାନନ୍ଦ ଶତାଧିକ ହଳଦୀ ପଞ୍ଚାୟତ ଚାଷୀ ଏହି ଅନିର୍ଦ୍ଧିଷ୍ଟ ସମୟ ଅବରୋଧ କୁ ସ୍ଥିର କରିଛନ୍ତି |