-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
14-Aug-2022
ଡୁଙ୍ଗୁରୀପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାରେ ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ମନୋଜ କୁମାର ପୂଜାରୀ ଅଧ୍ୟକ୍ଷତା କରିଥଲେ । ପ୍ରାରମ୍ଭରେ ଛାତ୍ରୀମାନେ ସ୍ୱଭାବ କବିଙ୍କ ରଚିତ ‘ବିଶ୍ୱ ଦେଖ ମଧୁମୟ ରେ ଜୀବନ’ ସଙ୍ଗୀତ ଗାନ କରିଥିଲେ ଓ ଅତିଥିମାନେ କବିଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରିଥିଲେ । ବିଶିଷ୍ଟ ସାହିତ୍ୟକ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୁମୁଦ କୁମାର ପୁଜାରୀ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜିବନୀ ତଥା ସାହିତ୍ୟ ସୃଷ୍ଟି ଓ ସାଧନା ବିଷୟରେ ଆଲୋକପାତ କରିଥିଲେ । ସ୍କାଉଟ ମାଷ୍ଟର ଦିନବନ୍ଧୁ ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଶିକ୍ଷକ ପ୍ରହଲ୍ଲାଦ ଦାଶ, ସଞ୍ଜୀବ କୁମାର ପୂଜାରୀ, ସ୍ନିଗ୍ଧା ପଧାନ ଓ କର୍ମଚାରୀ ମିନକେତନ ଦାସ, ବିଭୀଷଣ ଖମାରୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଜିଲ୍ଲା ଜୁନିୟର ରେଡ କ୍ରସ ଅଫିସର ତଥା ସାଧନ କର୍ମୀ ରବିଚନ୍ଦ୍ର ପଶାୟତ ଧନ୍ୟବାଦ ଅର୍ପଣ କରିଥିଲେ ।