-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
14-Aug-2022
ନବରଙ୍ଗପୁର(ପ୍ରେରଣା ଖବର) ନବରଙ୍ଗପୁର ଜିଲ୍ଲା ସ୍ତରୀୟ ୭୬ ତମ ସ୍ବାଧିନତା ଦିବସ, ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ରେ ନବରଙ୍ଗପୁର ରେ ହର ଘର ତିରଙ୍ଗା କାର୍ଯ୍ୟକ୍ରମର ସଫଳ ରୂପାୟନ ରେ ଜିଲ୍ଲା ପ୍ରଶାସନ ର ପ୍ରସ୍ତୁତି ଏବଂ ପ୍ରତ୍ୟେକ ସରକାରୀ ବେସରକାରୀ ଅନୁଷ୍ଠାନ,ପ୍ରତିଷ୍ଠାନ, ଘରେ ଭାରତର ଗୋୖରବ ଜାତୀୟ ପତାକା କୁ ସମ୍ମାନର ସହିତ ସରକାରଙ୍କ ପ୍ରଦତ୍ତ ନିୟମ ଅନୁଯାୟୀ କିପରି ଲଗାଯାଇ ପାରିବ ଏବଂ ଏ ସଂପର୍କରେ ଲୋକଙ୍କୁ ଗଣମାଧ୍ୟମ ଜରିଆରେ ସଚେତନ କରିବା ପାଇଁ ଆଜି ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ଅଶୋକ ମେହେଟା ସଭା ଗୃହରେ ଅନୁଷ୍ଠିତ ଖବର ଦାତା ସମ୍ମିଳନୀ ରେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ସୂଚନା ଦେଇଥିଲେ। ହର ଘର ତୀରଙ୍ଗା କାର୍ଯ୍ୟକ୍ରମ ରେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ମାଧ୍ୟମରେ ଜିଲ୍ଲା ପାଇଁ ପ୍ରାପ୍ତ ହୋଇଥିବା ନବେ ହଜାର ଜାତୀୟ ପତାକା ଜିଲ୍ଲା ସ୍ତରରୁ ଗ୍ରାମ ପଞ୍ଚାୟତ ସ୍ତର ପର୍ଯ୍ଯନ୍ତ କିଭଳି ପହଞ୍ଚି ପାରିବ ଏବଂ ଏଥିପାଇଁ ଦାୟିତ୍ୱରେ ଥିବା ସଂପୃକ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ, ତଥା କର୍ମଚାରୀ ମାନଙ୍କ ଦାୟିତ୍ଵ ସଂପର୍କ ସେ ସୁଚନା ଦେଇଥିଲେ। ଆଗାମୀ ସେପଟେମ୍ବର ମାସର ୦୭/୦୮/୦୯/୨୦୨୨ ତାରିଖ ତିନି ଦିନ ଧରି ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଭାରତର ସ୍ବାଧିନତା ସଂଗ୍ରାମ ରେ ଓଡ଼ିଶାର ସ୍ବାଧିନତା ସଂଗ୍ରାମୀଙ୍କ ଅବଦାନ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ପାଇଁ ନବରଙ୍ଗପୁରରେ ଆସନ୍ତା ମାସ ସେପ୍ଟେମ୍ବର ୦୭/୦୮/୦୯/୨୦୨୨ ତିନି ଦିନ ଧରି ରଥ ପରିକ୍ରମା କରିବ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ଭବ୍ୟ ସ୍ଵାଗତ କରି ଏହି ସମୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ବାଧିନତା ସଂଗ୍ରାମ ସମ୍ପର୍କୀୟ ଭିଡିଓ, ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ, ପ୍ରତିଷ୍ଠାନ, ଜନସାଧାରଣ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ରେ ସହଯୋଗ କରିବା ପାଇଁ ଜିଲ୍ଲାପାଳ ଡଃ ମିଶ୍ର ଅନୁରୋଧ କରିଥିଲେ।
ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତ, ଜିଲ୍ଲା ସୁଚନା ଓ ଲୋକ ସଂପର୍କ ଅଧିକାରୀ ହଳଧର ନିଆଲ୍ ଯୋଗଦେଇଥିଲେ।