-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
13-Aug-2022
ବଲାଙ୍ଗିର,(ସନ୍ତୋଷ ଠାକୁର)- ଆଜି ସ୍ଥାନୀୟ ଆଇନ ମହାବିଦ୍ୟାଳୟ ଠାରେ ଶେଷ ବର୍ଷ ଛାତ୍ରଛାତ୍ରୀ ମାନଙ୍କୁ ଜୁନିୟର୍ ବିଭାଗର ଛାତ୍ରଛାତ୍ରୀ ମାନେ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟାପକ ସଂଜୀବ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅଧ୍ୟାପକ କୃଷ୍ଣକିଶୋର ଆଚାର୍ଯ୍ୟ, ଅନିମା ମିଶ୍ର, ଅନିମେଶ ପଣ୍ଡାଙ୍କ ସମେତ ମନୋରଂଜନ ସାହୁ, ବିନୋଦ କାଲସାଏ, ବସନ୍ତ ପତି
ପ୍ରମୁଖ ନିଜର ମତାମତ ଓ ନିଜସ୍ୱ ଅନୁଭୂତି ଉପସ୍ଥାପନ କରି ଆଇନ ବିଦ୍ୟାରେ ଅଧ୍ୟାବସାୟ ଓ ଅନ୍ୟାନ୍ୟ ସମସ୍ତ ପ୍ରକାର ଜ୍ଞାନ ଆହୋରଣ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । ସଭାକୁ ସୁରମା ସାହୁ ଓ ଜାଗୃତି ବହିଦାର ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ କିରାଣୀ କୃଷ୍ଣ ପଟେଲ, ଛାତ୍ର ସନ୍ତୋଷ ଠାକୁର, ବିକ୍ରମ ଷଡଙ୍ଗୀ, ସୌମ୍ୟରଂଜନ ପଣ୍ଡା, ରାଜକୁମାର ସାହୁ, ସ୍ୱାଗତିକା ପ୍ରଧାନ, ରଶ୍ମିତା ବାଗ ଓ କଲେଜର ଅନ୍ୟ୍ର କର୍ମଚାରୀ ମାନେ ସହାୟତା କରିଥିଲେ । ଶେଷରେ ଜଗନ୍ନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।