-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
12-Aug-2022
ତୁରେକେଲା, (ପ୍ରେରଣା ଖବର) ତୁରେକେଲା ବ୍ଲକ ଧାମନଡଙ୍ଗା ପଂଚାୟତ ଅନ୍ତର୍ଗତ ବିଚାର ବିଭାଗିୟ ହାଜତରେ ଶୁକ୍ରବାର ଅର୍ନ୍ତଜାତିୟ ମାରୱାଡି ମହିଳା ସମ୍ମେଳନ ପକ୍ଷରୁ ରକ୍ଷା ବନ୍ଧନ ସହ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସମ୍ମେଳନର ମହିଳା ସଦସ୍ୟ ଅନ୍ତେବାସିଙ୍କୁ ରାକ୍ଷି ବାନ୍ଧି ଏହି ଦିବସ ପାଳନ କରିଥିଲେ । ଆଜାଦି କା ଅମୃତ ମହୋତ୍ସବ ମଧ୍ୟ ପାଳନ କରି ଅନ୍ତେବାସିଙ୍କୁ ତ୍ରିରଙ୍ଗା ପତକା ବଂଟନ କରାଯାଇଥିଲା । ଅନ୍ତେବାସୀଙ୍କ ମନରୋଂଜନ ପାଇଁ କିଛି ଖେଳ ସାମଗ୍ରି ମଧ୍ୟ ଏହି ସଂଗଠନ ପକ୍ଷରୁ ଦିଆଯାଇଥିଲା । ତେବେ ଏହି ଅବସରରେ ସଂଗଠନ ଅଧ୍ୟକ୍ଷା କିରନ ଅଗ୍ରୱାଲ, ସହ ସଚିବ ଶାଲିନି ଜୈନ, ଲଲିତା ଅଗ୍ରୱାଲ , ଡୋଲି ଜୈନ, ବିଜେତା ଅଗ୍ରୱାଲ ସହ ଜେଲର ବିକାଶ ଲତା ବାରୁ , ସମାଜସେବୀ ଆନନ୍ଦ ମୋଟେ ପ୍ରମୁଖ ଉପସ୍ଥିତ ଥିଲେ ।