-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
12-Aug-2022
କଳାହାଣ୍ଡି,କୋକସରା(ତ୍ରିନାଥ ବେଶ୍ରା )
ଓଡ଼ିଶା ଶ୍ରମଜୀବ ମଞ୍ଚ ଓ ଓଡ଼ିଶା ମହିଳା ଶ୍ରମଜୀବୀ ମଞ୍ଚ ଆନୁକୁଲ୍ୟରେ,କଲାହାଣ୍ଡି ଜିଲ୍ଲା ନାଗରିକ ବିକାଶ ସଂଗଠନ ପକ୍ଷରୁ ଶୁକ୍ରବାର କାଉଡୋଳା ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।ଏହି ସାମ୍ବାଦିକ ସମ୍ମିଳନୀ ସଭାରେ ସଂଗଠନର ଜିଲ୍ଲା କାର୍ଯ୍ୟକର୍ତ୍ତା ଗୌରବ ସୁନାନୀ ଯୋଗ ଦେଇ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ବିଭିନ୍ନ ଧାରା ବିବରଣୀ ଆଦି ପ୍ରଦାନ କରିଥିଲେ ।ଏଥିରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ତଥା ସମାଜ ସେବୀ ଚକ୍ରଧର ବେଶ୍ରା , ସମ୍ମାନିତ ଅତିଥି ଭାବରେ କାଉଡୋଳା ପଞ୍ଚାୟତ ସମିତି ସଭ୍ୟା ବୈଦେହୀ ବେଶ୍ରା, ନାଏବ ସରପଞ୍ଚ ଜୟନ୍ତୀ ବେଶ୍ରା , ଓ ଅଞ୍ଚଳର ବିଶିଷ୍ଟ ସମାଜ ସେବୀ ହୃଶିକେଷ ବେଶ୍ରା ଓ ସାମ୍ୱାଦିକ ତ୍ରିଲକ୍ୟ ବେଶ୍ରା, ବଂଶୀଧର ବେସ୍ରା ଯୋଗ ଦେଇ ନାଗରିକ ବିକାଶ ସଂଗଠନ ର ଏଭଳି ଏକ ମହତ କାର୍ଯ୍ୟ କୁ ପ୍ରଶଂସା କରି ଆଗକୁ ସହଯୋଗ ରହାତ ବଢ଼ାଇବା ପାଇଁ ମତପ୍ରକାଶ କରିଥିଲେ । ଗ୍ରାମାଞ୍ଚଳରେ ଥିବା ବିଭିନ୍ନ ସମସ୍ୟା ଗୁଡିକୁ ବୁଳି ଦେଖି ସେସବୁ କୁ ଚିହ୍ନଟ କରି ପ୍ରଶାସନ ତଥା ସରକାରଙ୍କ ଠାରେ ଉପସ୍ଥାପନ କରିବା ଥିଲା ସଂଗଠନ ର ମୁଳ ଲକ୍ଷ୍ୟ । ଏହି ସମ୍ମିଳନୀରେ ସଂଗଠନ ର କୋକସରା ବ୍ଳକ କୋର୍ଡିନେଟର ଉପେନ୍ଦ୍ର ସୁନାନୀ , ଧର୍ମଗଡ ରୁ ଜଗନ୍ନାଥ ସଗଡିଆ ,ଗୋଲାମୁଣ୍ଡା ରୁ ପବିତ୍ର କୁମାର ବେଶ୍ରା, ଜୟପାଟଣା ରୁ ଗୋକୁଳ ଛତ୍ରିଆ , ଏବଂ ଜନସାଥି ଭାବରେ ମୁକ୍ତା ଠାକୁର , ହେମlମାଳିନୀ ନାଏକ, ଅକ୍ଷ କୁମାର ଖମାରୀ ,ପରସୁ ଠାକୁର ,ଏବଂ ଝସକେତନ ହରିଜନ ପ୍ରମୁଖ ଯୋଗ ଦେଇଥିଲେ l
କାର୍ଯ୍ୟକ୍ରମ କୁ କୋକସରା ବ୍ଳକ ଜନସାଥି ତ୍ରିନାଥ ବେଶ୍ରାଏହି କାର୍ଯ୍ୟ କ୍ରମ କୁ ସୁଚା ରୁ ରୂପେ ପରିଚାଳନା କରିଥିଲେ ।