-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
12-Aug-2022
ସୁବର୍ଣ୍ଣପୁର- ଇଶ୍ୱର ଏକ ସେହେଲେ ରକ୍ଷାକାରୀ । ସମସ୍ତ ଙ୍କୁ ସ୍ନେହରଡୋରୀରେ ବାନ୍ଧିବା ପାଇଁ ହିଁ ଏଭଳି ପର୍ବର ଆୟୋଜନ ହୋଇଥାଏ। ଏହି ପର୍ବ କେବଳ ଭାଇ ଓ ଭଉଣୀ ଙ୍କ ମଧ୍ୟରେ ସୀମିତ ନରହି ସମସ୍ତ ପ୍ରକାର ସମ୍ପର୍କ ମଧ୍ୟରେ ଶାନ୍ତି, ମୈତ୍ରୀ ଓ ସୁରକ୍ଷା କବଚ ର ଉତ୍ସବ ଭାବରେ ସବୁ ଆଡ଼େ ପାଳିତ ହେଉଛି ବୋଲି ଆଜି ସୋନପୁର ର ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ଥାନୀୟ ସ୍ୱର୍ଣ୍ଣିମ ଭବନଠାରେ ଆୟୋଜିତ ଆଲୌକିକ ରକ୍ଷାବନ୍ଧନ ଉତ୍ସବ ରେ ଉପସ୍ଥିତ ବକ୍ତାସମୁହ ମତବ୍ୟକ୍ତ କରିଥିଲେ।ସାରାବିଶ୍ୱ ଯେବେ ଏକ ଅଶାନ୍ତ ବାତାବରଣ ମଧ୍ୟଦେଇ ଗତିକରୁଛି ସେତେବେଳେ ପ୍ରଜାପିତା ବ୍ରହ୍ମକୁମାରୀ ବିଶ୍ୱବିଦ୍ୟାଳୟ ଭଳି ଏକ ଇଶ୍ୱରୀୟ ଅନୁଷ୍ଠାନ ବାସ୍ତବିକ ସ୍ୱାଧିନତାପାଇଁ ବାସ୍ତବିକ ରକ୍ଷାବନ୍ଧନ ର ଆୟୋଜନ କରି ଆଜି ସମଗ୍ର ବିଶ୍ୱର ୧୪୦ଟି ଦେଶରେ ରକ୍ଷାବନ୍ଧନ ଉତ୍ସବ ପାଳନକରି ଆତ୍ମାରୁପି ମାନବ ସମାଜକୁ ଏକ ସୁନ୍ଦର ବାର୍ତ୍ତା ପ୍ରଦାନ କରିଛନ୍ତି ବୋଲି ମଧ୍ୟ ଉପସ୍ଥିତ ବକ୍ତା ମତରଖିଥିଲେ। ପ୍ରଥମେ କୁନି ଛାତ୍ରୀ ଙ୍କଦ୍ୱ।ରା ଏକ ସୁନ୍ଦର ନୃତ୍ୟ ପରିବେଷଣ ପରେ ବ୍ରହ୍ମାକୁମାରୀ ମମତା ଭଉଣୀ ଙ୍କ ସଂଯୋଜନା ରେ ଆୟୋଜିତ ସଭାକାର୍ଯ୍ୟ ରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ର ଅତିରିକ୍ତ ଏସପି ହେମନ୍ତ କୁମାର ପଣ୍ଡା ଯୋଗଦେଇ ଥିବାବେଳେ ଅନ୍ୟତମ ଅତିଥି ଭାବରେ ଭାରତୀୟ ଷ୍ଟେଟବ୍ୟାଙ୍କ ର ସିଏମ୍ ଶରତ କୁମାର ଦେହୁରୀ ଓ ରାଜ୍ୟ ଏନଜିଓସିସି ସଭାପତି ଜ୍ୟୋତି ରଞ୍ଜନ ପଟ୍ଟନାୟକ ଓ ମୁଖ୍ୟବକ୍ତା ଭାବରେ ରାଜଯୋଗିନୀ ବ୍ରହ୍ମା କୁମାରୀ ସ୍ନେହା ଭଉଣୀ ଯୋଗଦେଇଥିଲେ ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସମସ୍ତ ଭାଇଭଉଣୀ, ବୁଦ୍ଧିଜୀବୀ, ଗଣମାଧ୍ୟମ ର ପ୍ରତିନିଧି ସମୁହ ଯୋଗଦେଇଥିଲେ।