-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
11-Aug-2022
ବଲାଙ୍ଗିର- ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଆଜି ସାରା ବିଶ୍ୱରେ ଚାଲିଛି । ଆଜି ଏହା କେବଳ ଭାଇ ଓ ଭଉଣୀଙ୍କ ମଧ୍ୟରେ ସୀମିତ ନ ରହି ସବୁ ପ୍ରକାର ସମ୍ପର୍କ ମଧ୍ୟରେ ଶାନ୍ତି, ମୈତ୍ରୀ ଓ ସୁରକ୍ଷା କବଚ ଉତ୍ସବ ଭାବେ ସବୁ ଆଡେ ପାଳିତ ହେଉଛି । ଆଜି ଏହି ପରିପ୍ରେକ୍ଷୀରେ ପ୍ରଜାପିତା ବ୍ରହ୍ମ କୁମାରୀ ଅନୁଷ୍ଠାନ ଦ୍ୱାରା ଆୟୋଜିତ ରକ୍ଷା ବନ୍ଧନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗଦେଇ ଏହି ଉତ୍ସବର ଉଦ୍ଦେଶ୍ୟ ଓ ତାତ୍ପର୍ଯ୍ୟ ଉପରେ ଉପସ୍ଥିତ ଭାଇ ଓ ଭଉଣୀମାନଙ୍କୁ ବୁଝାଇଥିଲେ । ସାରା ବିଶ୍ୱ ଯେତେବେଳେ ଅଶାନ୍ତ ବାତାବରଣରେ ଗତି କରୁଛି ସେତେବେଳେ ପ୍ରଜାପିତା ବ୍ରହ୍ମ କୁମାରୀ ଭଳିଆ ଅନୁଷ୍ଠାନ ବିଶ୍ୱର ୧୪୦ଟି ଦେଶରେ ରକ୍ଷା
ବନ୍ଧନ ଉତ୍ସବ ପାଳିତ କରୁଛି ବୋଲି ଅନୁଷ୍ଠାନ ତରଫରୁ ବ୍ରହ୍ମ କୁମାର ଅଭିମନ୍ୟୁ ନିଜ ବକ୍ତବ୍ୟରେ ସୂଚନା ଦେଇଥିଲେ । ପ୍ରଜାପତି ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ତରଫରୁ ବ୍ରହ୍ମ କୁମାରୀ ଭଉଣୀ ଓଷା ମୁଖ୍ୟ ଅତିଥି ଶ୍ରୀ ମିଶ୍ରଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କର ଦିର୍ଘାୟୁ କାମନା କରିଥିଲେ । ବିଧାୟକ ଶ୍ରୀ ମିଶ୍ର ନିଜର ଆର୍ଶିବଚନରେ ଉପସ୍ଥିତ ସମସ୍ତ ଭାଇ ଭଉଣୀଙ୍କ ମଙ୍ଗଳ କାମନା କରିବା ସହ ଅନୁଷ୍ଠାନର ଯାହା କିଛି ଅସୁବିଧା ଅଛି ନିଜ ସାଧ୍ୟମଧ୍ୟେ ପୂରଣ କରିବା ପାଇଁ ଚେଷ୍ଟା କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମ ର ସୁପରିଚାଳନା ପାଇଁ ଭଉଣୀ ବ୍ରହ୍ମକୁମାରୀ ରେଖା, ଜୟନ୍ତି ସହଯୋଗ କରିଥିଲେ ।