-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
11-Aug-2022
ସୁବର୍ଣ୍ଣପୁର: କଥା ରେ ଅଛି ଗଛ ବଞ୍ଚିଲେ ପୃଥିବୀ ବଞ୍ଚିବ l ବର୍ତମାନ ସାରା ପୃଥିବୀ ରେ ଯେଉଁ ଭଳି ଭାବେ ପରିବେଶ ଅ- ସନ୍ତୁଳିତ ହୋଇ ପଡିଛି l ଏବେ ହାତ କୁ ହାତ ମିଳାଇ ସବୁଆଡେ ଗଛ ଜଗାଇବା ଓ ପରିବେଶ ର ଯତ୍ନ କରିବା ନିହାତି ଜରୁରୀ ହୋଇ ପଡିଛି l ନ ହେଲେ ପୃଥିବୀ ଧ୍ବଂସ ଆଡ଼କୁ ମୁହଁlଇବ ନିଶ୍ଚିତ l ଆଉ ଏଭଳି ଏକ ସଙ୍କଟ ସମୟ ରେ ସ୍ଥାନୀୟ ଫରେଷ୍ଟ ପାର୍କ ରେ ଗଛ ଗୁଡିକୁ ଆଜି ପୂଜା ଅର୍ଚନା କରିବା ପରେ ରାକ୍ଷୀ ବାନ୍ଧି ପରିବେଶ ସୁରକ୍ଷା ର ଏକ ଅଭିନଵ ପ୍ରୟାସ କରିଛନ୍ତି ସୋନପୁର ର ସ୍ୱଚ୍ଛ ଭାରତ ସଂଗଠନ ଓ ସହରବାସୀ l ଏବଂ ଗଛ ବଞ୍ଚାଅ ପରିବେଶ ବଞ୍ଚାଅ, ସେଭ ଏନଭାରନ୍ମେଣ୍ଟ ସେଭ ଲାଇଫ, ୱାନ ଟ୍ରି ଇକ୍ୱାଲ ଟୁ ଟେନ - ସନ ଭଳି ପ୍ଲା କାର୍ଡ ହାତରେ ଧରି ବିଭିନ୍ନ ନାରା ଦେଇଥିଲେ l ଓ ରାକ୍ଷୀ ବାନ୍ଧିବା ସହିତ ଶହ ଶହ ଗଛ
ମାନଙ୍କ ରେ ଏହି ପ୍ଲା କାର୍ଡ ମାନ ବାନ୍ଧି ଲୋକଙ୍କୁ ସଚେତନ କରି ଏକ ନିଆରା ଢଙ୍ଗ ରେ ରକ୍ଷା ବନ୍ଧନ ଉସ୍ସବ ପାଳନ କରିଥିଲେ l ଓ ସମାଜ କୁ ଏକ ଭିନ୍ନ ବାର୍ତ୍ତା ପହଞ୍ଚାଇଥିଲେ ଏହି ସ୍ବେଛାସେବୀ ମାନେ l ସଂଗଠନ ର ଉପଦେଷ୍ଟା ତଥା ଉଦ୍ୟୋକ୍ତl ସୟଦ ଅଲିମୁଲ ଇସଲାମ ଓ ଇନ୍ଦୁ ମତି ପୁରୋହିତ ଙ୍କ ନେତୃତ୍ୱ ଓ ମନୋରଞ୍ଜନ ତ୍ରିପାଠୀ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ରିଜର୍ଭ ଇନ୍ସପେକ୍ଟର ପ୍ରଦ୍ୟୁମ୍ନ କୁମାର ପଟେଲ, ଫରେଷ୍ଟ ବିଭାଗ ର ବରିଷ୍ଠ କର୍ମଚାରୀ ପ୍ରବୀଣ ରଥ ଅତିଥି ଭାବେ ଯୋଗ ଦେଇଥିଲେ l ବରିଷ୍ଠ ସଭ୍ୟ ଗରିବ ଲୋଇ, ସ୍ବେଛାସେବୀ ମନୋଜ ପଣ୍ଡା, ପ୍ରମୋଦ ସାହୁ, ଲଡ଼ୁ କିଶୋର ମଲ୍ଲିକ, ସଂଗୀତା ନାଏକ, ସୁରଭି ପ୍ରିୟଦର୍ଶନୀ, ମନୀଷା ବେହେରା, ପୌର କର୍ମଚାରୀ ହରିଶଙ୍କର ଚୌଧୀରି ସୋହମ ସାହୁ, ପ୍ରମୁଖ ସହର ର ବହୁ ମହିଳା, ଯୁବକ, ଯୁବତୀ ଏହି କାର୍ଯ୍ୟକ୍ରମ ରେ ସାମିଲ ରହି ଗଛ ରେ ରାକ୍ଷୀ ବାନ୍ଧି ପରିବେଶ ର ସୁରକ୍ଷା ଲାଗି ସଂକଳ୍ପ ନେଇଥିଲେ l