-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
11-Aug-2022
ବଲାଙ୍ଗିର (ପ୍ରେରଣା ଖବର) ବଲାଙ୍ଗୀର କଂସାରୀ ପଡାର ଯୁବକ ଚୈତନ୍ୟ ସାହୁ(୨୪) ସ୍ଥାନୀୟ ମୁନିସିପାଲିଟିରେ ଜମାଦାର ଭାବେ କାମ କରୁଥିଲେ । ଧୀର୍ଘ ଦିନ ଧରି ଜ୍ୱର ରେ ପୀଡିତ ହେବା ପରେ ଚୈତନ୍ୟ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତେବେ ମୃତ୍ୟୁ ପରେ ସେ ନିଜର ଆଖିକୁ ଅନ୍ୟକୁ ଦାନ କରିବା ପାଇଁ ଆଗ୍ରହୀ ଥିଲେ । ତେଣୁ ଚୈତନ୍ୟଙ୍କ ମୃତ୍ୟୁ ପରେ ତାଙ୍କ ପରିବାରର ସହମତିରେ ତାଙ୍କ ଆଖିକୁ ଅନ୍ୟ ଜଣେ ଦୃଷ୍ଟିହୀନ ଙ୍କୁ ଦାନ କରାଯାଇଛି । ଚୈତନ୍ୟଙ୍କ ମହାନତା ଯୋଗୁଁ ଆଉ ଜଣେ ବ୍ୟକ୍ତି ଦୁନିଆକୁ ଦେଖିପାରିବାରେ ସକ୍ଷମ ହେବ ।