-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
10-Aug-2022
ପାଟଣାଗଡ଼(ସଚ୍ଚିଦାନନ୍ଦ ମହାକୁର) : ଆଜି ବର୍ଥଲା ପଞ୍ଚାୟତ ଅନ୍ତଗତ ବଞ୍ଜାରି ମହିମା ଆଶ୍ରମଠାରୁ ଶତାଧିକ କଂଗ୍ରେସ କର୍ମୀ କେନ୍ଦ୍ର ସରକାରଙ୍କ ଅହେତୁକ ଦରଦାମ ବୃଦ୍ଧି କୁନେଇ, ବେକାରୀ ସମସ୍ୟା, ଚୁକ୍ତିଭିତ୍ତିକ ଚାକିରି, ଡିଜେଲ ପେଟ୍ରୋଲ, ଅତ୍ୟାବଶକ ସାମଗ୍ରୀ, ଚୁଡା ମୁଢିରେ ଜିଏସ୍ଟି ଲାଗୁ ହେତୁ ଜନସାଧାରଣ ଅତିଷ୍ଠ ହୋଇ ପଡିଥିବାରୁ ଏହାର ପ୍ରତିବାଦରେ ପାଟଣାଗଡ଼ କଂଗ୍ରେସ ପକ୍ଷରୁ ବଞ୍ଜାରିଠାରୁ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ ଛକଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ପିସିସି ସଭ୍ୟ ଅନିଲ କୁମାର ମେହେର କେନ୍ଦ୍ର ସରକାରଙ୍କ ବିରୁଧରେ ବଲାଙ୍ଗିର ଜିଲ୍ଲା
କଂଗ୍ରେସ ପର୍ଯ୍ୟବେକ୍ଷକ ହର୍ବ୍ଦିପ ସିଂ କେନ୍ଦ୍ର ସରକାରଙ୍କୁ ତିବ୍ର ସମାେଲାଚନା କରିଥିଲେ । ପରେ ସହର ପରିକ୍ରମା କରି ରାମପୁରଠାରେ ଆୟୋଜିତ ସଭାରେ କଂଗ୍ରେସ ଦଳ କିପରି ସଦୃଢ ହେବ, ଆଗାମୀ ଦିନରେ ବୁଥ ସ୍ତରୀୟ କମିଟି ଗଠନ କରିବା ନେଇ କର୍ମୀମାନଙ୍କୁ ଶ୍ରୀ ସିଂ ଉଦବୋଧନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ସଭାପତି ପତିତପାବନ ପ୍ରଧାନ, ଯୁବ କଂଗ୍ରେସ ସଭାପତି ଚନ୍ଦନ ସାହୁ, ମହେନ୍ଦ୍ର ମହେର, ସାନନ୍ଦ ମିଶ୍ର, ମଦନ ମେହେର, ଆକୁଲ ବନଛୋର, ଗୋବିନ୍ଦ କଲେତ, ରଞ୍ଜିତ ପ୍ରଧାନ, ସୁରେନ୍ଦ୍ର ମେହେର, ସହେଦେବ ମେହେର, ରାଧାମୋହନ ହରିପାଲ, ଅଭିମନ୍ୟୁ ବାଗଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ । ସ୍ୱାଧିନତାର ଗୌରବ ଯାତ୍ରରେ ଯୋଗ ଦେଇଥିବା କଂଗ୍ରେସ କର୍ମୀମାନଙ୍କୁ ବ୍ଲକ ସଭାପତି ତଥା ପିସିସି ସଭ୍ୟ ଶ୍ରୀ ମେହେର ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ