-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
10-Aug-2022
ନାକଟିଦେଉଳ(କନ୍ଦର୍ପ ବେହେରା) - ଗତକାଲି ଅପରାହ୍ନରେ କିସିଣ୍ଡା ହାଇସ୍କୁଲ ସାମ୍ନାରେ ଏକ କାର୍ (ଓଡ଼ି ୦୨କ୍ୟୁ ୬୫୦୦) ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ଆମ୍ବୁଲାନସ୍ ସାହାଯ୍ୟରେ ବୁର୍ଲା ପଠାଯାଇଥିବା ଖବର ହସ୍ତଗତ ହୋଇଛି ା
ପ୍ରକାଶ ଯେ , ନାକଟିଦେଉଳର ମେଡ଼ିକାଲ୍ ର ଜନୈକ କର୍ମଚାରୀ ନିଜ ପୁଅର ଦେହ ଅସୁସ୍ଥ ଥିବାରୁ ସମ୍ବଲପୁର
ମେଡ଼ିକାଲରେ ଚିକିତ୍ସା ସାରି ନାକଟିଦେଉଳ ଆସୁଥିବା ବେଳେ ନାକଟିଦେଉଳ ବ୍ଲକ୍ କିସିଣ୍ଡା ହାଇସ୍କୁଲ ପାଖରେ ଅପରାହ୍ନ ୩.୩୦ ମିନିଟ୍ ସମୟରେ କାରଟି ଭାରସାମ୍ୟ ହରାଇ ଏକ କଲ୍ ଭଟରେ ବାଡେଇ ହୋଇଥିଲା ା କାରରେ ବସିଥିବା ଶରତ ଚନ୍ଦ୍ର ନାଏକ (୫୨),ସରୋଜିନୀ ବାଘ (୫୪),ମନୋଜ ମିଶ୍ର (୫୩),ଏବଂ ରାମେଶ୍ବର ମିଶ୍ର (୧୨) ଗୁରୁତର ଆହତ ହୋଇଥିଲେ ା ଗ୍ରାମବାସୀଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନସ୍ ରେ ବୁର୍ଲା ପଠାଯାଇଥିଲା ା କିସିଣ୍ଡା ପୋଲିସ୍ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଥିବା ଜଣାପଡ଼ିଛି ା