-+91-9937148622 |
prerana_bgr@rediffmail.com |
Sunday 15th March 2026 |
R.N.I. Regd No. ODIODI/2010/46693
Breaking News
08-Aug-2022
ସୁବର୍ଣ୍ଣପୁର ଜ଼ିଲ୍ଲା ସଦର ମହକୁମା ତେଲ ବ୍ରିଜ ନିକଟ ରେ ଆଜି ଅପରାହ୍ନ ରେ ସୋନପୁର ପୋଲିସ 18କେଜି 460 ଗ୍ରାମ ଗଂଜେଇ, 4550 ଟଙ୍କା, ଓ ଗୋଟାଏ ଟାଟା ଏସି ଓ ଗୋଟାଏ ନମ୍ବର ବିହୀନ ହୁଣ୍ଡlଇ ଦୁଇ ଗାଡି ସହ ଓଡିଶା ସମେତ ବାହ୍ୟ ରାଜ୍ୟ ବିହାର, ୟୁ ପି ର 6 ଜଣ ଯୁବକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଭାରପ୍ରାପ୍ତ ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ମେହେର ଙ୍କ ଠାରୁ ସୂଚନା ମିଳିଛି l
ପୋଲିସ ଏସ ଆଇ ସୌମ୍ୟ ରଞ୍ଜନ ସାହୁ ଙ୍କ ନେତୃତ୍ୱ ରେ ଏକ ଟିମ ଚଢ଼ାଉ କରି ବିହାର ଅଞ୍ଚଳ ର ଅମା ନୁଲିଆ ସିଦ୍ଧିକ୍ଵି ଓ ଦିନେଶ କେଲୁରୀ, ୟୁପି ର ସୂର୍ଯ୍ୟ ପ୍ରତାପ ସିଂ, ବିଶ୍ୱଜିତ କୁମାର, ଓ ସୁମିତ ପୋଦାର ସମ୍ବଲପୁର କ୍ଷେତରାଜପୁର ଅଞ୍ଚଳ ର ଓ ବାସୁଦେବ ସାହୁ ବାରଗଡ଼ ଅଞ୍ଚଳ ର ଏ 6 ଜଣ ଅଭିଯୁକ୍ତ ଙ୍କୁ କେଶ ନମ୍ବର us 20 (b )( ii ) (B) 25/29 ଧାରା ରେ ଗିରଫ କରି କୋର୍ଟ ଚାଲାଣ କରି ଥିବା ଜଣା ଯାଇଛି l